ତଦନ୍ତରେ ସାହଯ୍ୟ କରୁନାହାନ୍ତି ଚିଦମ୍ବରମ, ହେପାଜତକୁ ନେଇ ଜେରା ଆବଶ୍ୟକ: ଇଡି

0

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବୁଧବାର ଏୟାରସେଲ-ମ୍ୟାକ୍ସିସ୍‍ ବେଆଇନ ଅର୍ଥ କାରବାର ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ଅଗ୍ରୀମ ଜାମିନ୍‍ ଆବେଦନ୍‍ର ବିରୋଧ କରିଛି। ଏହାସହ ଇଡ଼ି କୋର୍ଟରେ ନିଜ ଜବାବ ଦାଖଲ କରିଛି। କୋର୍ଟ ଏହି ମାମଲାର ଶୁଣାଣି ଗୁରୁବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।
ଇଡି ନିଜ ଜାବରେ କହିଛି ଯେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦମ୍ବରମ ତଦନ୍ତରେ ସହଯୋଗ କରୁନାହାନ୍ତି। ଫଳରେ ତଦନ୍ତ ପକ୍ରିୟା ପ୍ରଭାବିତ ହେଉଛି। ତେଣୁ ଚିଦମ୍ବରମଙ୍କୁ ହେପାଜତକୁ ନେଇ ପଚରାଉଚୁରା କରିବା ପାଇଁ ଇଡ଼ି ଦାବି କରିଛି। ଏହି ମାମଲାରେ ଗୁରୁବାର ସ୍ୱତନ୍ତ୍ର ଜଜ୍‍ ଓ.ପି ସାଇନିଙ୍କ ଅଦାଲତରେ ଶୁଣାଣି ହେବ। ଏହା ପୂର୍ବରୁ କୋର୍ଟ ଚିଦମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦମ୍ବରଙ୍କ ଅନ୍ତରୀଣ ସୁରକ୍ଷା ନଭେମ୍ବର ୧ ପର୍ଯ୍ୟନ୍ତ ବଢାଇ ଦେଇଥିଲେ। ଅର୍ଥାତ ନଭେମ୍ବର ୧ ପର୍ଯ୍ୟନ୍ତ ଚିଦମ୍ବରମ ଏବଂ ତାଙ୍କ ପୁଅକୁ ଗିରଫଦାରୀ ହୋଇ ପାରିବ ନାହିଁ।
ଉଲ୍ଲେଖ ଯେ ଏହି ମାମଲାରେ ଇଡ଼ି ଅକ୍ଟୋବର ୨୫ରେ ପଟିଆଲା ହାଉସକୋର୍ଟରେ ଅତିରିକ୍ତ ଅଭିଯୋଗ ଫର୍ଦ (ଚାର୍ଜସିଟ୍‍) ଦାଖଲ କରିଥିଲା। ଏହି ମାମଲାରେ ୯ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି।
କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ବେଳେ ନିୟମକୁ ଅଣାଦେଖା କରି ଚିଦମ୍ବରମ ନିଜ ପଦର ଅପବ୍ୟବହାର କରି ଏୟାରସେଲ-ମ୍ୟାକ୍ସିସ କମ୍ପାନୀଙ୍କୁ ଫାଇଦା ବା ଲାଭ ଦେଇଥିବା ଅଭିଯୋଗ ରହିଛି।

Leave A Reply