ଚୋକସିଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ : ଏୟାର ଆମ୍ବୁଲାନ୍ସ ପଠାଇବାକୁ ଇଡିର ପ୍ରସ୍ତାବ

ନୂଆଦିଲ୍ଲୀ : ବହୁ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଆଣ୍ଟିଗୁଏରୁ ଭାରତ ପ୍ରତ୍ୟର୍ପଣ କରିବା ଲାଗି ଏୟାର ଆମ୍ବୁଲାନ୍ସ ସହ ଏକ ଡାକ୍ତରୀ ଦଳ ପଠାଇବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଶନିବାର ପ୍ରସ୍ତାବ ଦେଇଛି। ଭାରତରେ ଚୋକସିଙ୍କୁ ସମସ୍ତ ପ୍ରକାର ଡାକ୍ତରୀ ସୁବିଧା ପ୍ରଦାନ କରାଯିବ ବୋଲି ମଧ୍ୟ ଇଡି ପ୍ରସ୍ତାବ ଦେଇଛି। ହାଇକୋର୍ଟରେ ଦାଖଲ କରାଯାଇଥିବା ଏକ ପ୍ରତ୍ୟୁତ୍ତରମୂଳକ ସତ୍ୟପାଠରେ ଇଡି କହିଛି ଚଳିତ ସପ୍ତାହ ପ୍ରାରମ୍ଭରେ ଚୋକସି ଏକ ସତ୍ୟପାଠ ଦାଖଲ କରିଥିଲେ। ଅସୁସ୍ଥତା କାରଣରୁ ଭାରତ ଫେରିବାକୁ ସେ ଅସମର୍ଥ ବୋଲି ଚୋକସି ଦର୍ଶାଇଥିଲେ। କିନ୍ତୁ ଆଇନଗତ ପ୍ରକ୍ରିୟାରେ ବିଳମ୍ବ ଓ କୋର୍ଟଙ୍କୁ ବିଭ୍ରାନ୍ତ କରିବା ଲାଗି ସେ ଅସୁସ୍ଥତାର କାରଣ ଦର୍ଶାଯାଇଥିବା ଜଣାପଡୁଛି ବୋଲି ଇଡି ଦର୍ଶାଇଛି।

Comments are closed.