ରାହୁଲଙ୍କୁ ପୁଣି ସମନ୍

ନୂଆଦିଲ୍ଲୀ: ନେସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦ୍ବିତୀୟ ଥର ପାଇଁ ସମନ କରିଛି। ପଚରାଉଚରା ପାଇଁ ଜୁନ୍‌ ୧୩ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ତାଙ୍କୁ ସମନ କରାଯାଇଛି। ଏହାପୂର୍ବରୁ ଜୁନ୍ ୨ ତାରିଖରେ ଇଡି ରାହୁଲଙ୍କୁ ଡକାଇଥିଲା। ତେବେ ବିଦେଶରେ ଥିବା ଦର୍ଶାଇ ସେ ପଚରାଉଚରା ପାଇଁ ଇଡିରେ ହାଜର ହୋଇନଥିଲେ।

ସୂଚନାଯୋଗ୍ୟ, ଏହି ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ସମନ କରିଛି ଇଡି। ଜୁନ୍‌ ୮ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବାକୁ ତାଙ୍କୁ ସମନ୍‌ ଜାରି ହୋଇଛି। ଅପରପକ୍ଷେ ସେ କରୋନା ସଂକ୍ରମିତ ହେବା ସହ ସଙ୍ଗରୋଧରେ ଥିବା ନେଇ ଗୁରୁବାର ସୂଚନା ମିଳିଛି। କିନ୍ତୁ ସୋନିଆ କହିଛନ୍ତି ଯେ, ସେ ନିଶ୍ଚିତ ସେହି ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବେ।

 

 

Comments are closed.