ଗୁପ୍ତ ସୂଚନା ପ୍ରଦାନ ଅଭିଯୋଗ : ସାମ୍ବାଦିକ ରାଜୀବ ଶର୍ମାଙ୍କୁ ଗିରଫ କଲା ଇଡି

ଗୁପ୍ତ ସୂଚନା ପ୍ରଦାନ କରି ଚୀନ୍ ଅଧିକାରୀଙ୍କଠାରୁ ବିପୁଳ ଟଙ୍କା ନେଇଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସାମ୍ବାଦିକ ରାଜୀବ ଶର୍ମାଙ୍କୁ ଗିରଫ କରିଛି। ପିଏମଲଏ ଅଧିନିୟମ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମୁକ୍ତ ବୃତ୍ତି ସାମ୍ବାଦିକ ରାଜୀବ ଶର୍ମା ଚୀନ୍ ଗୁପ୍ତଚର ଅଧିକାରୀଙ୍କୁ ଗୋପନୀୟ ତଥା ସମ୍ବେଦନଶୀଳ ତଥ୍ୟ ପଠାଇଥିବା ଅଭିଯୋଗ ହୋଇଥିଲା। ଏହି ଗୁପ୍ତ ସୂଚନା ପ୍ରଦାନ ବଦଳରେ ରାଜୀବ ଚୀନ୍ ଅଧିକାରୀଙ୍କଠାରୁ ବିପୁଳ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ବିଭିନ୍ନ ଦିଗରୁ ତଦନ୍ତ କରିବା ପରେ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି। ପିଏମଲଏ ଅଧିନିୟମ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଇଡି ପକ୍ଷରୁ କୁହାଯାଇଛି।

Comments
Loading...