ତୃଣମୂଳ କଂଗ୍ରେସ ସାଂସଦଙ୍କ ୨୩୯କୋଟିର ସମ୍ପତ୍ତି ବାଜ୍ୟାପ୍ତ

0

ନୂଆଦିଲ୍ଲୀ : ଚିଟ୍‌ଫଣ୍ଡ ମାମଲାରେ ଅଭିଯୁକ୍ତ ତୃଣମୂଳ କଂଗ୍ରେସ ସାସଦ କେ.ଡି ସିଂହଙ୍କର ୨୩୯କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ଏହି ସମ୍ପତ୍ତି ଚଣ୍ଡିଗଡ଼, ପଞ୍ଚକୂଳା, ଡେରାବାସି, ସିମଳା, ପଞ୍ଜାବର ଏସ୍‌ଏଏସ୍‌ ନଗରରେ ଥିବା ପ୍ରକାଶ। ଏହାଛଡ଼ା ଆଲକେମିଷ୍ଟ ଇନ୍‌ଫ୍ରା ରିୟଲ୍‌ଟି ଲିମିଟେଡ ନାମରେ ଥିବା ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏକାଉଣ୍ଟ ମଧ୍ୟ ବାଜ୍ୟାପ୍ତ କରାଯାଇଛି। ରାଜ୍ୟସଭା ସାଂସଦ ସିଂହଙ୍କ ବିରୋଧରେ ୧୯୦୦କୋଟି ଟଙ୍କାର ଚିଟ୍‌ଫଣ୍ଡ ଠକେଇ ନେଇ ୨୦୧୬ରୁ ତଦନ୍ତ ଜାରି ରହିଛି। ସିଂହ ଉପରୋକ୍ତ କମ୍ପାନୀ ନାମରେ ୨୦୧୫ରୁ ବିଭିନ୍ନ ସୂତ୍ରରୁ ଅର୍ଥ ଆଦାୟ କରିବା ସହ ଲୋକଙ୍କୁ ଠକୁଥିବା ପ୍ରକାଶ।

Leave A Reply