ଜାକିର ନାଏକଙ୍କର ୧୬.୪୦ କୋଟି ଟଙ୍କା ସମ୍ପତି ବାଜ୍ୟାପ୍ତି କଲା ଇଡି

0

ନୂଆଦିଲ୍ଲୀ : ବିବାଦୀୟ ଇସ୍‌ଲାମିକ ଉପଦେଷ୍ଠା ଜାକିର ନାଏକଙ୍କ ବିରୋଧରେ ଥିବା ବେଆଇନ ପୁଞ୍ଜି ନିବେଶ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଶନିବାର ମୁମ୍ବଇ ଓ ପୁଣେଠାରେ ୧୬.୪୦ କୋଟି ଟଙ୍କାର ସମ୍ପତି ବାଜ୍ୟାପ୍ତି କରିଛନ୍ତି।​ ଅଦ୍ୟାବଧି ଜାକିରଙ୍କର ମୋଟ ୫୦.୪୯ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ୨୦୧୭ ଅକ୍ଟୋବର ୨୬ରେ ମୁମ୍ବଇ ସ୍ବତନ୍ତ୍ର କୋର୍ଟରେ ଜାକିରଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଦାଖଲ କରିଥିବା ଅଭିଯୋଗଫର୍ଦକୁ ଭିତ୍ତି କରି ଇଡି ତାଙ୍କ ବିରୋଧରେ ତଦନ୍ତ ଚଳାଇଛି। ଜାକିର ନିଜ ବକ୍ତବ୍ୟ ଦ୍ବାରା ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ଅଣୱାହାବି ମୁସଲମାନ ବିଶେଷକରି ସୁନି, ସୁଫି ଓ ବରେଲୱିସଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗଫର୍ଦରେ ଉଲ୍ଲେଖ କରାଯାଇଛି।

Leave A Reply