ବିପିଏସ୍‍ଏଲ୍‍ର ଏମଡିଙ୍କ ୨୦୪ କୋଟିରୁ ଅଧିକ ସମ୍ପତ୍ତିକୁ ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ : ଭୁଷଣ ପାୱାର ଆଣ୍ଡ ଷ୍ଟିଲ୍‍ ଲିମିଟେଡ୍‍ (ବିପିଏସ୍‍ଏଲ୍‍)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ଅନ୍ୟ କେତେଜଣଙ୍କ ନାମରେ ବେଆଇନ ଅର୍ଥ କାରବାର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି । ଏମାନଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ମିଳିଛି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଦାଲତରେ କୁହାଯାଇଛି।

ଗତବର୍ଷ ନଭେମ୍ବରରେ ଏହି ମାମଲାରେ ଗିରଫ ହୋଇଥିବା ବିପିଏସ୍‍ଏଲ୍‍ର ଅଧ୍ୟକ୍ଷ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଜେରା ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିଥିବା ସୂଚନାକୁ ଭିତ୍ତିକରି ତାଙ୍କର ଦିଲ୍ଲୀ ଓ ଲଣ୍ଡନରେ ଥିବା ୨୦୪ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି ।

Comments are closed.