ଦିନକ ପରେ ସଂସଦ ଅଧିବେଶନ; ପ୍ରଥମ ଦିନରେ ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଜାନୁଆରୀ ୨୯ରେ ୨୦୨୧-୨୨ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଆଗତ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଆଗତ କରିବେ । ଦେଶର ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ ନେତୃତ୍ବରେ ପ୍ରସ୍ତୁତ ଏହି ରପୋର୍ଟରୁ ବଜେଟ ରୂପରେଖ ସ୍ପଷ୍ଟ ହେବ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବଧୀନ ଏନଡିଏ ସରକାରଙ୍କ ଦ୍ବିତୀୟ କାର୍ୟ୍ୟାଳୟର ତୃତୀୟ ବଜେଟ (ଦ୍ବିତୀୟ ପୂର୍ଣ୍ଣାଙ୍ଗ ବଜେଟ) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ପହିଲାରେ ଆଗତ କରିବେ ।

କୋରୋନା ସଙ୍କଟ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ ଜରିଆରେ ଦେଶ ଅର୍ଥନୀତିର ସଫଳତା ଓ ଚ୍ୟାଲେଞ୍ଜର ପୃଷ୍ଠା ଖୋଲିବେ । ସାଧାରଣତଃ ଏହି ରିପୋର୍ଟରେ ଗତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି କିଭଳି ରହିଥିଲା, ଆଗକୁ ସରକାରଙ୍କ ଯୋଜନା କଣ ରହିଛି ସେନେଇ ଦର୍ଶାଯାଇଥାଏ ।

Comments
Loading...