ଅର୍ଥନୈତିକ ସର୍ବେକ୍ଷଣ ୨୦୧୯-୨୦ର ପ୍ରମୁଖ ବୈଶିଷ୍ଟ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ୨୦୧୯-୨୦ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟର ପ୍ରମୁଖ ବୈଶିଷ୍ଟ୍ୟ:
– ୨୦୨୦-୨୧ରେ ଜିଡିପି ଅଭିବୃଦ୍ଧି ହାର ୬ ରୁ ୬.୫ ପ୍ରତିଶତ ହେବା ଆକଳନ
– ଏପ୍ରିଲ୨୦୧୯ ରେ ମୁଦ୍ରାସ୍ଫୀତି ହାର ୩.୨ ପ୍ରତିଶତରୁ ଡିସେମ୍ବର, ୨୦୧୯ ରେ ୨.୬କୁ ହ୍ରାସ
– ୨୦୧୯-୨୦ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଚଳନ୍ତି ଖାତା ନିଅଂଟ ଜିଡିପିର ୧.୫ ପ୍ରତିଶତ
– ୨୦୧୯-୨୦ ରେ ବିତିୟ ନିଅଂଟ ଜିଡିପିର ୩.୩ ପ୍ରତିଶତ
– ୨୦୧୯-୨୦ ଏପ୍ରିଲରୁ ନଭେମ୍ବର ମଧ୍ୟରେ କେନ୍ଦ୍ର ପାଇଁ ଜିଏସଟି ସଂଗ୍ରହରେ ୪.୧ ପ୍ରତିଶତ ବୃଦ୍ଧି
– ୨୦୧୯-୨୦ରେ ୫ଥର ଜିଏସଟି ସଂଗ୍ରହ ୧ ଲକ୍ଷ କୋଟିରୁ ଊର୍ଦ୍ଧ୍ବ
– ଅଣ ଟିକସ ରାଜସ୍ୱ ସଂଗ୍ରହରେ ବୃଦ୍ଧି ହେତୁ ଏପ୍ରିଲରୁ ନଭେମ୍ବର ୨୦୧୯ ମଧ୍ୟରେ ରାଜସ୍ୱ ସଂଗ୍ରହରେ ୧୩ ପ୍ରତିଶତ ବୃଦ୍ଧି
– ୨୦୧୯-୨୦ର ପ୍ରଥମ ୮ ମାସରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ୨୪.୪ ବିଲିୟନ ଡଲାର
– ୧୦ ଜାନୁଆରୀ ୨୦୨୦ ସୁଦ୍ଧା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୪୬୧.୨ ବିଲିୟନ ଡଲାର
– ଦେଶର ବାଲାଂନ୍ସ ଅଫ ପେଂମେଂଟ ସ୍ଥିତିରେ ଉନ୍ନତି
– ୨୦୧୮-୧୯ ତୁଳନାରେ ୨୦୧୯-୨୦ରେ କୃଷି, ପ୍ରତିରକ୍ଷା ଏବଂ ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ଅଧିକ

ଆର୍ଥିକ ସମୀକ୍ଷାରେ ୫ ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାରେ ପରିଣତ ହେବା ଲାଗି ଭାରତର ଆକାଂକ୍ଷା ବିଷୟରେ ଯାହା ଉଲ୍ଲେଖ କରାଯାଇଛି ସେଗୁଡିକ ହେଉଛି –
– ବଜାରର ଅଦୃଶ୍ୟ ସହଯୋଗକୁ ସୁଦୃଢ଼ କରିବା
– ଏହାକୁ ଭରସା ଯୋଗାଇ ଦେବା
– ବ୍ୟବସାୟ ଅନୁକୂଳ ନୀତିକୁ ପ୍ରୋତ୍ସାହନ ଦେଇ ଅଦୃଶ୍ୟ ସହଯୋଗକୁ ସୁଦୃଢ଼ କରିବା, ନୂଆ ପ୍ରବେଶକାରୀଙ୍କୁ ସମାନ ସୁଯୋଗ ଦେବା
– ଉଚିତ ପ୍ରତିଦ୍ୱନ୍ଦ୍ୱିତା ଏବଂ ବ୍ୟବସାୟିକ ସୁଗମତା ସୁନିଶ୍ଚିତ କରିବା
– ସରକାରଙ୍କ ଦୃଢ଼ ପଦକ୍ଷେପ ଜରିଆରେ ବଜାରକୁ ଅନାବଶ୍ୟକ ଢଙ୍ଗରେ ଅଣଦେଖା କରୁଥିବା ନୀତିକୁ ସମାପ୍ତ କରିବା
– ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ବ୍ୟବସାୟକୁ ସୁନିଶ୍ଚିତ କରିବା
– ବ୍ୟାଙ୍କିଙ୍ଗ କ୍ଷେତ୍ରର କାରବାର ସ୍ତରକୁ ଦକ୍ଷତାପୂର୍ବକ ବୃଦ୍ଧି କରିବା
– ଆର୍ଥିକ ସମୀକ୍ଷାରେ ପରାମର୍ଶ ଦିଆଯାଇଛି ଯେ ନୀତି ଏପରି ହେବା ଆବଶ୍ୟକ ଯାହା ଡାଟା ଏବଂ ପ୍ରଯୁକ୍ତିର ଉପଯୋଗ କରି ପାରଦର୍ଶିତା ଆଣିବା ସହିତ ପ୍ରଭାବୀ କାର୍ୟ୍ୟାନ୍ୱୟନକୁ ସଶକ୍ତ କରିବ।

ତୃଣମୂଳସ୍ତରରେ ଉଦ୍ୟମିତା ଏବଂ ସମ୍ପତି ସୃଷ୍ଟି
– ଉତ୍ପାଦକତାକୁ ଦ୍ରୁତ ଗତିରେ ବଢ଼ାଇବା ଏବଂ ସମ୍ପତି ସୃଷ୍ଟି କରିବା ଲାଗି ଏକ ରଣନୈତିକ ଢଙ୍ଗରେ ଉଦ୍ୟମିତା
– ବିଶ୍ୱ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ନୂଆ କମ୍ପାନୀ ଗଠନ ସଂଖ୍ୟା ଦୃଷ୍ଟିରୁ ଭାରତର ସ୍ଥାନ ତୃତୀୟ
– ୨୦୧୪ ପରେ ଭାରତରେ ନୂଆ କମ୍ପାନୀ ଗଠନରେ ଉଲ୍ଲେଖନୀୟ ବୃଦ୍ଧି
– ଅର୍ଥନୈତିକ ସର୍ବେକ୍ଷଣରେ ଭାରତରେ ପ୍ରଶାସନିକ ପିରାମିଡର ସବୁଠୁ ନିମ୍ନସ୍ତରରେ ଅର୍ଥାତ ୫୦୦ରୁ ଅଧିକ ଜିଲ୍ଲାରେ ଉଦ୍ୟମିତା ସହ ଜଡ଼ିତ
ଉପାଦାନ ଓ ବାହକ ଉପରେ ଦୃଷ୍ଟି ଦିଆଯାଇଛି
– ସେବା କ୍ଷେତ୍ରରେ ଗଠିତ ନୂଆ କମ୍ପାନୀଗୁଡ଼ିକ ସଂଖ୍ୟା ଉତ୍ପାଦନ, ଭିତିଭୂମି କିମ୍ବା କୃଷି କ୍ଷେତ୍ରରେ ଗଠିତ କମ୍ପାନୀଗୁଡ଼ିକ ତୁଳନାରେ ଯଥେଷ୍ଟ ଅଧିକ
– ସମୀକ୍ଷାରେ ଏଥିପ୍ରତି ମଧ୍ୟ ରେଖାଙ୍କିତ କରାଯାଇଛି ଯେ ତୃଣମୂଳସ୍ତରରେ ଉଦ୍ୟମିତା କେବଳ ଆବଶ୍ୟକତା ଦ୍ୱାରା ହିଁ ପରିଚାଳିତ ହୋଇନଥାଏ
– କୌଣସି ଜିଲ୍ଲାରେ ନୂଆ କମ୍ପାନୀର ପଞ୍ଜିକରଣରେ ୧୦ ପ୍ରତିଶତ ବୃଦ୍ଧି ହେବା ଫଳରେ ସକଳ ଘରୋଇ ଜିଲ୍ଲା ଉତ୍ପାଦ (ଜିଡିପି)ରେ ୧.୮ ପ୍ରତିଶତ ବୃଦ୍ଧି ହୋଇଥାଏ
– ଜିଲ୍ଲା ସ୍ତରରେ ଉଦ୍ୟମିତାର ଉଲ୍ଲେଖନୀୟ ପ୍ରଭାବ ତୃଣମୂଳସ୍ତରରେ ସମ୍ପତି ସୃଷ୍ଟି ଉପରେ ହୋଇଥାଏ
– ଭାରତରେ ନୂଆ କମ୍ପାନୀ ଗଠନ ବହୁଜାତୀୟ ହୋଇଥାଏ ଏବଂ ଏହା ବିଭିନ୍ନ ଜିଲ୍ଲା ଏବଂ କ୍ଷେତ୍ରରେ ବ୍ୟାପି ରହିଥାଏ
– ଯେକୌଣସି ଜିଲ୍ଲାରେ ସାକ୍ଷରତା ଓ ଶିକ୍ଷା ଦ୍ୱାରା ସ୍ଥାନୀୟ ସ୍ତରରେ ଉଦ୍ୟମିତାକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିଥାଏ
– କୌଣସି ଜିଲ୍ଲାରେ ଭୌତିକ ଭିତିଭୂମିର ଗୁଣବତା ନୂଆ କମ୍ପାନୀର ଗଠନ ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ।
– ଆର୍ଥିକ ସମୀକ୍ଷାରେ ଏହି ପରାମର୍ଶ ଦିଆଯାଇଛି ଯେ ବ୍ୟବସାୟିକ ସୁଗମତା ବୃଦ୍ଧି ଏବଂ ନମନୀୟ ଶ୍ରମ ଆଇନକୁ ଲାଗୁ କରିବା ଫଳରେ ଜିଲ୍ଲା ଏବଂ ଏହିପରି ଭାବେ ରାଜ୍ୟରେ ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ

ବ୍ୟବସାୟ ଅନୁକୂଳ ବନାମ ବଜାର ଅନୁକୂଳ :
– ଅର୍ଥନୈତିକ ସର୍ବେକ୍ଷଣରେ କୁହାଯାଇଛି ଯେ ୫ ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥା ହେବା ସମ୍ପର୍କରେ ଭାରତର ଆକାଂକ୍ଷା ନିମ୍ନଲିଖିତ ଦିଗ ଉପରେ ନିର୍ଭର କରିଥାଏ
– ବ୍ୟବସାୟ ଅନୁକୂଳ ନୀତିକୁ ପ୍ରୋତ୍ସାହନ ଦେବା ଯାହା ସମ୍ପତି ସୃଷ୍ଟି ଲାଗି ପ୍ରତିଦ୍ୱନ୍ଦ୍ୱୀ ବଜାରର ଶକ୍ତିକୁ ଉନ୍ମୁକ୍ତ କରିଥାଏ
– ପ୍ରିୟାପ୍ରୀତି ତୋଷଣ ନୀତିରୁ ଦୂରେଇଯିବା କାରଣ ଏହାଦ୍ୱାରା ବିଶେଷ କରି ଶକ୍ତିଶାଳୀ ଘରୋଇ ସ୍ୱାର୍ଥକୁ ପ୍ରୋତ୍ସାହନ ମିଳିବାର ଆଶଙ୍କା ରହିଥାଏ
– ଶେୟାର ବଜାର ଦୃଷ୍ଟିରୁ ଦେଖିଲେ, ଉଦାରୀକରଣ ପରେ ବ୍ୟାପକ ପରିବର୍ତନ ଆଣିବା ଦିଗରେ ଯଥେଷ୍ଟ ଗତି ଆସିଛି
– ପ୍ରତିଦ୍ୱନ୍ଦ୍ୱୀ ବଜାର ସୁନିଶ୍ଚିତ କରିବାରେ ଉଲ୍ଲେଖନୀୟ ପ୍ରଗତି ସତ୍ୱେ ପ୍ରୀୟାପ୍ରୀତି ତୋଷଣକୁ ପ୍ରୋତ୍ସାହନ ଦେଉଥିବା ନୀତି ଅର୍ଥବ୍ୟବସ୍ଥାର ମୂଲ୍ୟ ଉପରେ ଅତ୍ୟନ୍ତ ପ୍ରତିକୂଳ ପ୍ରଭାବ ପକାଇଛି
– ଭଲ ଉଦ୍ଦେଶ୍ୟ ଥିବା ସତ୍ୱେ ସରକାରୀ ହସ୍ତକ୍ଷେପ ଅଧିକାଂଶ ସମୟରେ ସମ୍ପତି ସୃଷ୍ଟିରେ ସହାୟକ ହେବା ଲାଗି ବଜାରର ସାମର୍ଥ୍ୟକୁ ଅଣଦେଖା କରିଥାଏ ଯାହା ଫଳରେ ଏହାର ବିପରୀତ ପ୍ରଭାବ ପଡ଼ିଥାଏ।

ଅସମୟରେ ସରକାରୀ ହସ୍ତକ୍ଷେପର ୪ଟି କାରଣ:
– ଅତ୍ୟାବଶ୍ୟକ ସାମଗ୍ରୀ ଆଇନ (ଇସିଏ), ୧୯୫୫: ଇସିଏ ଅନ୍ତର୍ଗତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଉପରେ ଲଗାତାର ଏବଂ ଅନିଶ୍ଚିତ ଭଣ୍ଡାରଣ ସୀମା ନିର୍ଦ୍ଧାରଣ କରିବାର କୁପ୍ରଭାବ
– ଘରୋଇ କ୍ଷେତ୍ର ଦ୍ୱାରା ପଣ୍ୟ ଭିତିଭୂମି ସୃଷ୍ଟି ପାଇଁ ପ୍ରୋତ୍ସାହନ
– କୃଷି ମୂଲ୍ୟ ଶୃଙ୍ଖଳାକୁ ଉପରକୁ ନେବା
– କୃଷି ଉତ୍ପାଦ ପାଇଁ ଜାତୀୟ ବଜାରର ବିକାଶ

ଇସିଏ ଅନ୍ତର୍ଗତ ଔଷଧ ମୂଲ୍ୟ ନିୟନ୍ତ୍ରଣ
– ଡିପିସିଓ ୨୦୧୩ ଜରିଆରେ ଔଷଧ ମୂଲ୍ୟ ନିୟନ୍ତ୍ରଣ କରିବା ଦ୍ୱାରା ନିୟନ୍ତ୍ରିତ ଔଷଧର ମୂଲ୍ୟ ଅନିୟନ୍ତ୍ରିତ ଔଷଧ ତୁଳନାରେ ଅଧିକ ବୃଦ୍ଧି ପାଇଥିଲା।
– ଶସ୍ତା ଔଷଧ ଫର୍ମୁଲେସନର ମୂଲ୍ୟ ଦାମୀ ଔଷଧ ଫର୍ମୁଲେସନଠାରୁ ଅଧିକ ବୃଦ୍ଧି ପାଇଲା।
– ଏହା ପ୍ରମାଣିତ କଲା ଯେ ଡିପିସିଓ ଶସ୍ତା ଔଷଧର ଉପଲବ୍ଧତା ଲାଗି ଯେଉଁ ପ୍ରୟାସ କଲା ତାହାର ବିପରୀତ ପ୍ରଭାବ ପଡ଼ିଲା।
– ସରକାର ବଡ଼ ଔଷଧ କ୍ରେତା ହୋଇଥିବା କାରଣରୁ ଶସ୍ତା ଔଷଧର ମୂଲ୍ୟ କମ କରିବା ଲାଗି ଚାପ ପକାଇପାରିବ।
– ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏକ ସରଳ ବ୍ୟବସ୍ଥା କରିବା ଆବଶ୍ୟକ ଯାହା ସରକାରଙ୍କ କ୍ରୟ କ୍ଷମତାକୁ ଏକ ପାରଦର୍ଶୀ ଢଙ୍ଗରେ ଉପଯୋଗ କରିପାରିବ।

ଖାଦ୍ୟଶସ୍ୟ ବଜାରରେ ସରକାରଙ୍କ ହସ୍ତକ୍ଷେପ
– ଖାଦ୍ୟଶସ୍ୟ ବଜାରରେ ସରକାରୀ ହସ୍ତକ୍ଷେପ କାରଣରୁ ସରକାର ଗହମ ଓ ଚାଉଳର ବଡ଼ କ୍ରେତା ହେବା ସହିତ ସବୁଠୁ ବଡ଼ ଜମାଖୋର ମଧ୍ୟ ହୋଇଯାଇଛନ୍ତି।
– ଘରୋଇ କାରବାରରୁ ସରକାର ଦୂରେଇ ଯିବା
– ମାର୍କେଟର ଅକ୍ଷମତା ବୃଦ୍ଧି ପାଇବା କାରଣରୁ କୃଷି କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶ ପ୍ରଭାବିତ
 ଖାଦ୍ୟଶସ୍ୟ ନୀତିକୁ ଅଧିକ ଗତିଶୀଳ କରିବା ଏବଂ ଶସ୍ୟ ବିତରଣ ଲାଗି ପାରମ୍ପରିକ ପଦ୍ଧତି ସ୍ଥାନରେ ନଗଦ ମୁକ୍ତ ଫୁଡ଼ କୁପନ ଏବଂ ସ୍ମାର୍ଟ କାର୍ଡର ଉପଯୋଗ କରିବା

ଋଣ ଛାଡ଼
– କେନ୍ଦ୍ର ଓ ରାଜ୍ୟ ପକ୍ଷରୁ ଦିଆଯାଉଥିବା ଋଣ ଛାଡ଼ ସୁବିଧାର ସମୀକ୍ଷା।
– ସମ୍ପୂର୍ଣ୍ଣ ଭାବେ ଋଣ ଛାଡ଼ ସୁବିଧା ନେଉଥିବା ହିତାଧିକାରୀ କମ ଖର୍ଚ୍ଚ, କମ ସଞ୍ଚୟ ଏବଂ କମ ନିବେଶ କରିଥାନ୍ତି। ଫଳରେ ଆଂଶିକ ଭାବେ ଋଣ ଛାଡ଼ ପାଇଥିବା ହିତାଧିକାରୀଙ୍କ ତୁଳନାରେ ସେମାନଙ୍କ ଉତ୍ପାଦନ ମଧ୍ୟ କମ ହୋଇଥାଏ।
– ଋଣ ଛାଡ଼ର ଲାଭ ନେଉଥିବା କୃଷକ ଋଣ ନେବାର ପ୍ରଚଳନକୁ ପ୍ରଭାବିତ କରିଥାନ୍ତି।
– ସେମାନେ ସେହି କୃଷକଙ୍କ ଲାଗି ଔପଚାରିକ ଋଣ ପ୍ରବାହକୁ କମ କରିଦିଅନ୍ତି, ଏହାଦ୍ୱାରା ଋଣ ଛାଡ଼ର ଔଚିତ୍ୟ ସମାପ୍ତ କରିଦେଇଥାନ୍ତି।
– ସମୀକ୍ଷାରେ ଦିଆଯାଇଥିବା ପରାମର୍ଶ
– ସରକାରଙ୍କ ଅନାବଶ୍ୟକ ହସ୍ତକ୍ଷେପ ଥିବା ବଜାର କ୍ଷେତ୍ରଗୁଡ଼ିକୁ ବ୍ୟବସ୍ଥିତ ଢଙ୍ଗରେ ଚିହ୍ନଟ କରାଯିବା ଆବଶ୍ୟକ।
– ବିଭିନ୍ନ ଅର୍ଥବ୍ୟବସ୍ଥାରେ ଏକଦା ସରକାରୀ ହସ୍ତକ୍ଷେପ ପ୍ରାସଙ୍ଗିକ ଥିଲା। କିନ୍ତୁ ସେସବୁ ପରିବର୍ତିତ ଅର୍ଥବ୍ୟବସ୍ଥା ଲାଗି ଏବେ ଅପ୍ରାସଙ୍ଗିକ ହୋଇଯାଇଛନ୍ତି। ଏପରି ସରକାରୀ ହସ୍ତକ୍ଷେପକୁ ଦୂର କରିବା ଦ୍ୱାରା ବଜାର ପ୍ରତିଦ୍ୱନ୍ୱୀ ହେବ ଏବଂ ନିବେଶ ତଥା ଆର୍ଥିକ ବିକାଶକୁ ପ୍ରୋତ୍ସାହନ ମିଳିବ। ନେଟୱର୍କ ଉତ୍ପାଦରେ ବିଶେଷଜ୍ଞତା ଜରିଆରେ ବିକାଶ ଓ ନିଯୁକ୍ତି ସୃଷ୍ଟି
– ସମୀକ୍ଷାରେ କୁହାଯାଇଛି ଯେ ଭାରତ ନିକଟରେ ଶ୍ରମ ଆଧାରିତ ରପ୍ତାନିକୁ ପ୍ରୋତ୍ସାହନ ଦେବା ଲାଗି ଚୀନ ଭଳି ଅଭୂତପୂର୍ବ ସୁଯୋଗ ରହିଛି।
– ବିଶ୍ୱ ପାଇଁ ଭାରତରେ ଆସେମ୍ବଲଡ ଇନ ଇଣ୍ଡିଆ ଓ ମେକ ଇନ ଇଣ୍ଡିଆ ଯୋଜନାକୁ ଏକ ସଙ୍ଗେ ମିଶାଇ ଦେବା ଫଳରେ ରପ୍ତାନି ବଜାରରେ ଭାରତର ଅଂଶଧନ ୨୦୨୫ ସୁଦ୍ଧା ୩.୫ ପ୍ରତିଶତ ଏବଂ ୨୦୩୦ ସୁଦ୍ଧା ୬ ପ୍ରତିଶତ ହୋଇଯିବ।
– ୨୦୨୫ ସୁଦ୍ଧା ଦେଶରେ ଭଲ ବେତନର ଚାକିରି ସଂଖ୍ୟା ୪ କୋଟି ହୋଇଯିବ ଏବଂ ୨୦୩୦ ସୁଦ୍ଧା ଏହି ସଂଖ୍ୟା ୮ କୋଟି ହୋଇଯିବ।
– ନେଟୱର୍କ ଉତ୍ପାଦଗୁଡ଼ିକର ରପ୍ତାନି ବୃଦ୍ଧି ଫଳରେ ୨୦୨୫ ସୁଦ୍ଧା ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ଆବଶ୍ୟକ ମୂଲ୍ୟ ବୃଦ୍ଧିରେ ଏକ ତୃତୀୟାଂଶ ଯୋଗଦାନ ହୋଇପାରିବ।
– ସମୀକ୍ଷାରେ ପରାମର୍ଶ ଦିଆଯାଇଛି ଯେ ନିମ୍ନଲିଖିତ ସୁଯୋଗର ଲାଭ ଉଠାଇବା ଲାଗି ଭାରତକୁ ଚୀନ ଭଳି ରଣନୀତି ଆପଣାଇବାର ଆବଶ୍ୟକତା ରହିଛି।
– ଶ୍ରମ ଆଧାରିତ କ୍ଷେତ୍ର ବିଶେଷ କରି ନେଟୱର୍କ ଉତ୍ପାଦ କ୍ଷେତ୍ରରେ ବ୍ୟାପକ ପରିମାଣରେ ବିଶେଷଜ୍ଞତା ହାସଲ କରିବା ଜରୁରି।
– ନେଟୱର୍କ ଉତ୍ପାଦଗୁଡ଼ିକର ଅଧିକ ସଂଖ୍ୟାରେ ଆସେମ୍ବ୍ଲିଂ ଗତିବିଧି ଉପରେ ବିଶେଷ ଗୁରୁତ୍ୱ ଦେବା।
– ଧନୀ ଦେଶର ବଜାରରେ ରପ୍ତାନିକୁ ପ୍ରୋତ୍ସାହନ ଦେବା।
– ରପ୍ତାନି ନୀତି ସୁବିଧାଜନକ କରିବା।
– ଆର୍ଥିକ ସମୀକ୍ଷା ରିପୋର୍ଟରେ ମୋଟ ବ୍ୟବସାୟ ସନ୍ତୁଳନ ଉପରେ ଭାରତ ପକ୍ଷରୁ କରାଯାଇଥିବା ବ୍ୟବସାୟିକ ରାଜିନାମାର ପ୍ରଭାବ ସମ୍ପର୍କରେ ବିଶ୍ଳେଷଣ କରାଯାଇଛି।
– ଏଥିରେ କୁହାଯାଇଛି ଯେ ଭାରତରୁ ରପ୍ତାନି ହୋଇଥିବା ମୋଟ ଉତ୍ପାଦରେ ୧୦.୯ ପ୍ରତିଶତ ଏବଂ ବିନିର୍ମାଣ ଉତ୍ପାଦ ରପ୍ତାନିରେ ୧୩.୪% ବୃଦ୍ଧି ପରିଲକ୍ଷିତ ହୋଇଛି।
– ମୋଟ ଉତ୍ପାଦ ଆମଦାନୀରେ ୮.୬ ପ୍ରତିଶତ ଏବଂ ବିନିର୍ମାଣ ଉତ୍ପାଦ ଆମଦାନୀରେ ୧୨.୭ ପ୍ରତିଶତ ବୃଦ୍ଧି ହୋଇଛି।
– ପ୍ରତିବର୍ଷ ଭାରତର ବଳକା ବିନିର୍ମାଣ ଉତ୍ପାଦ କାରବାରରେ ୦.୭ ପ୍ରତିଶତ ଏବଂ ବଳକା ମୋଟ ଉତ୍ପାଦର କାରବାରରେ ୨.୩ ପ୍ରତିଶତ ବୃଦ୍ଧି ହୋଇଛି। ଭାରତରେ ବ୍ୟବସାୟିକ ସୁଗମତା ଲକ୍ଷ୍ୟ
– ବିଶ୍ୱ ବ୍ୟାଙ୍କର ବ୍ୟବସାୟିକ ସୁଗମତା ମାନ୍ୟତାରେ ଭାରତ ୨୦୧୪ରେ ୧୪୨ତମ ସ୍ଥାନରେ ଥିଲା। ମାତ୍ର ଏଥିରେ ଉନ୍ନତି ଘଟି ୨୦୧୯ରେ ଭାରତ ୬୩ତମ ସ୍ଥାନରେ ପହଁଚିଯାଇଛି।
– ଏହା ସତ୍ୱେ ଆଉ କେତେକ ଦିଗ ଯେପରିକି ବ୍ୟବସାୟ ଆରମ୍ଭ କରିବା, ସମ୍ପତି ପଞ୍ଜିକରଣ, ଟିକସ ପରିଶୋଧ ଏବଂ ଚୁକ୍ତି ଲାଭୁ କରିବା କ୍ଷେତ୍ରରେ ଭାରତ ଏବେ ବି ବହୁ ପଛରେ ରହିଛି।

୨୦୧୯-୨୦ରେ ଭାରତର ଆର୍ଥିକ ସାଫଲ୍ୟ
– ବୈଶ୍ୱିକ ନିର୍ମାଣ, ବାଣିଜ୍ୟ ଓ ଚାହିଦା କ୍ଷେତ୍ରରେ ଦୁର୍ବଳ ସ୍ଥିତି ସତ୍ୱେ ଭାରତୀୟ ସାମଗ୍ରୀକ ଘରୋଇ ଅଭିବୃଦ୍ଧି ହାର ୨୦୧୯-୨୦ରେ ସର୍ବାଧିକ ୪.୮ ପ୍ରତିଶତ ରହିଛି।
– ୨୦୧୯-୨୦ରେ ବାସ୍ତବିକ ଖାଉଟି ହାର ସରକାରୀ ଉଦ୍ୟମ ଯୋଗୁ ଅନେକାଂଶରେ ଉତମ ସ୍ଥିତିରେ ପହଞ୍ଚିଛି।
– ୨୦୧୮-୧୯ ତୁଳନାରେ ୨୦୧୯-୨୦ରେ କୃଷି ତଥା ତତଜନିତ କାର୍ୟ୍ୟ ସାଧାରଣ ପ୍ରଶାସନ, ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ଅଧିକ ହୋଇଛି।
– ୨୦୧୯-୨୦ରେ ଭାରତର ବୈଦେଶିକ କ୍ଷେତ୍ର ସର୍ବାଧିକ ସୁଦୃଢ଼ ହୋଇଛି।
– ଚଳନ୍ତି ଖାତା ନିଅଂଟ ୨୦୧୯-୨୦ରେ ଜିଡିପିର ୧.୫ ପ୍ରତିଶତକୁ ହ୍ରାସ ପାଇଛି। ୨୦୧୮-୧୯ରେ ଏହା ୨.୧ ପ୍ରତିଶତ ଥିଲା।
– ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶରେ ଉଲ୍ଲେଖନୀୟ ଅଗ୍ରଗତି।
– ଦେଶ ଦେଶ ମଧ୍ୟରେ ଆର୍ଥିକ ନେଣଦେଣରେ ଅଭିବୃଦ୍ଧି।
– ବୈଦେଶିକ ମୁଦ୍ରା ବିନିମୟ କ୍ଷେତ୍ରରେ ଅଭିବୃଦ୍ଧି।
– ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ସତ୍ୱେ ୨୦୧୯-୨୦ରେ ରପ୍ତାନୀ ତୁଳନାରେ ଆମଦାନୀ ହ୍ରାସ।
– ବର୍ଷ ଶେଷ ସୁଦ୍ଧା ମୁଦ୍ରାସ୍ଫିତୀ ହ୍ରାସ ସମ୍ଭାବନା।
– ଖାଦ୍ୟ ପଦାର୍ଥ ଦରରେ ଅସ୍ଥାୟୀ ଅଭିବୃଦ୍ଧି ଯୋଗୁ ୨୦୧୯-୨୦ରେ ମୁଦ୍ରାସ୍ଫିତୀ ହାର ୨୦୧୯-୨୦ ଆରମ୍ଭରେ ୩.୩ ପ୍ରତିଶତ ଥିବାବେଳେ
ଡିସେମ୍ବର ୨୦୧୯-୨୦ ସୁଦ୍ଧା ୭.୩୫ ପ୍ରତିଶତ ହୋଇଛି।
– ଖାଉଟି ସୂଚକାଙ୍କ ସିପିଆଇ ଏବଂ ଡବ୍ଲ୍ୟୁପିଆଇରେ ଡିସେମ୍ବର ୨୦୧୯- ୨୦ରେ ବୃଦ୍ଧି ଅଧିକ ଚାହିଦାକୁ ସୂଚାଉଛି।
– ଅଭିବୃଦ୍ଧି ଚକ୍ରର ମନ୍ଥରତା ଯୋଗୁଁ ଜିଡିପି ଅଭିବୃଦ୍ଧି ହାରରେ ମନ୍ଥରତାର ସ୍ପଷ୍ଟ ସୂଚନା।
– ବିନିଯୋଗ ଅଭିବୃଦ୍ଧି ଓ ଖର୍ଚ୍ଚ ଭଳି ବାସ୍ତବ କ୍ଷେତ୍ରକୁ ଭିତିକରି ଆର୍ଥିକ କ୍ଷେତ୍ର ଗତି କରିଛି।
– ପୁଞ୍ଜି ବିନିଯୋଗ, ରପ୍ତାନୀ ଓ ଖାଉଟି ବ୍ୟବହାରର ଅଭିବୃଦ୍ଧି ପାଇଁ ୨୦୧୯- ୨୦ରେ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
– ଦେବାଳିଆ ଏବଂ ଦେବାଳିଆପଣ ଆଚାର ସଂହିତା ଅନ୍ତର୍ଗତ ଦେବାଳିଆପଣ ରୋକିବା ପ୍ରକ୍ରିୟା ତ୍ୱରାନ୍ୱିତ।
– ଚାପଗ୍ରସ୍ତ, ରିଅଲ ଇଷ୍ଟେଟ ଏବଂ ଏନବିଏଫସି କ୍ଷେତ୍ରରେ କ୍ରେଡିଟ ସୁବିଧା।
– ଜାତୀୟ ଭିତିଭୂମି ପାଇପଲାଇନ ୨୦୧୯-୨୦୨୫ ଘୋଷିତ।

ବିତିୟ ବିକାଶ-
– ଅଣ ଟିକସ ରାଜସ୍ୱ ସଂଗ୍ରହରେ ବୃଦ୍ଧି ସହ ୨୦୧୯-୨୦ର ପ୍ରଥମ ଆଠ ମାସ ମଧ୍ୟରେ ପୂର୍ବ ବର୍ଷ ତୁଳନାରେ ରାଜସ୍ୱ ସଂଗ୍ରହରେ ଦ୍ରୁତ ବୃଦ୍ଧି ଘଟିଛି।
– ୨୦୧୯-୨୦ରେ (ଡିସେମ୍ବର ୨୦୧୯ ସୁଦ୍ଧା) ୫ ଥର ମାସିକ ଜିଏସଟି ସଂଗ୍ରହ ୧ ଲକ୍ଷ କୋଟି ଟପିଛି। ଚଳିତ ଆର୍ଥିକ ବର୍ଷରେ ଟିକସ କ୍ଷେତ୍ରରେ ଢ଼ାଞ୍ଚାଗତ ସଂସ୍କାର।
– କର୍ପୋରେଟ ଟିକସ ହାରରେ ପରିବର୍ତନ
– ଜିଏସଟିର ସହଜ ପ୍ରବର୍ତନ ଲାଗି ପଦକ୍ଷେପ
– ଏଫଆରବିଏମ ଅଧିନିୟମ ଅନୁଯାୟୀ ରାଜ୍ୟମାନଙ୍କର ବିତିୟ ନିଅଂଟ ନିୟନ୍ତ୍ରଣ ମଧ୍ୟରେ
– ସର୍ବେକ୍ଷଣ ଅନୁଯାୟୀ ସରକାର (ଉଭୟ କେନ୍ଦ୍ର ଓ ରାଜ୍ୟ) ଆର୍ଥିକ ଏକତ୍ରୀକରଣ ଦିଗରେ ଯାତ୍ରା ଜାରି ରଖିଛନ୍ତି।

ବାହ୍ୟକ୍ଷେତ୍ର-
– ବାଲାନ୍ସ ଅଫ ପେମେଂଟ(ବିଓପି):
– ମାର୍ଚ୍ଚ ୨୦୧୯ ଶେଷ ସୁଦ୍ଧା ଭାରତର ବିଓପି ସ୍ଥାନ ୪୧୨.୯ ବିଲିୟନ ଡଲାର ଫୋରେକ୍ସ ରିଜର୍ଭରୁ ବୃଦ୍ଧି ପାଇ ସେପ୍ଟେମ୍ବର ୨୦୧୯ ସୁଦ୍ଧା ୪୩୩.୭ ବିଲିୟନ ଡଲାରରେ ପହଞ୍ଚିଛି।
– ଚଳନ୍ତି ଖାତା ନିଅଂଟ (ସିଏଡି) ୨୦୧୮-୧୯ରେ ୨.୧ ପ୍ରତିଶତ ଥିଲା ବେଳେ ୨୦୧୯-୨୦ ପ୍ରଥମାର୍ଦ୍ଧ ସୁଦ୍ଧା ୧.୫ ପ୍ରତିଶତ ହୋଇଛି।
– ୧୦ ଜାନୁଆରୀ ୨୦୨୦ ସୁଦ୍ଧା ବିଦେଶୀ ମୁଦ୍ରା ଭଣ୍ଡାର ୪୬୧.୨ ବିଲିୟନ ଡଲାରରେ ପହଞ୍ଚିଛି।
– ବୈଶ୍ୱିକ କାରବାରରେ ୨.୯ ପ୍ରତିଶତ ଅଭିବୃଦ୍ଧି ଆକଳନ କରାଯାଇଥିବା ବେଳେ ବୈଶ୍ୱିକ ବାଣିଜ୍ୟ ୧.୦ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି। ୨୦୧୭ରେ ଏହା ୫.୭ ପ୍ରତିଶତ ରହିଥିଲା।
– ବୈଶ୍ୱିକ ଆର୍ଥିକ କାରବାରରେ ସୁଧାର ଆସି ୨୦୨୦ରେ ଏହା ୨.୯ ପ୍ରତିଶତରେ ପହଞ୍ଚିବ ବୋଲି ପୂର୍ବାନୁମାନ କରାଯାଇଛି।
– ଆମେରିକା, ଚୀନ, ୟୁଏଇ, ସାଉଦୀ ଆରବ ଓ ହଂକଂ ଭାରତର ଶୀର୍ଷ ୫ଟି ବ୍ୟବସାୟୀକ ଭାଗିଦାର ରହିଛନ୍ତି।

ରପ୍ତାନୀ:
– ପେଟ୍ରୋଲିୟମ ଉତ୍ପାଦ, ମୂଲ୍ୟବାନ ପଥର, ଔଷଧ ଓ ଜୈବିକ ସାମଗ୍ରୀ, ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁର ରପ୍ତାନୀ ବୃଦ୍ଧି ହୋଇଛି।
– ୨୦୧୯-୨୦ର ଏପ୍ରିଲ ରୁ ନଭେମ୍ବର ମଧ୍ୟରେ ଆମେରିକା, ୟୁଏଇ, ଚୀନ ଓ ହଂକଂକୁ ଭାରତରୁ ସର୍ବାଧିକ ସାମଗ୍ରୀ ରପ୍ତାନୀ ହୋଇଥିଲା।
ଆମଦାନୀ:
– ଅଶୋଧିତ ତୈଳ, ସୁନା, ପେଟ୍ରୋଲିୟମ ଉତ୍ପାଦ, କୋଇଲା, କୋକ ଓ ଖଣ୍ଡ କୋଇଲା ଆଦିର ସର୍ବାଧିକ ଆମଦାନୀ ହୋଇଛି।
– ଚୀନ ପରେ ଆମେରିକା, ୟୁଏଇ ଏବଂ ସାଉଦୀ ଆରବରୁ ଭାରତ ସର୍ବାଧିକ ସାମଗ୍ରୀ ଆମଦାନୀ କରିଛି।
– ତେବେ ଅଶୋଧିତ ତୈଳ ଏବଂ ସୁନା ମୂଲ୍ୟରେ ଅନ୍ତର୍ଜାତିୟ ବଜାରରେ ଅସ୍ଥିରତାର ପ୍ରଭାବ ଆମଦାନୀ ଉପରେ ପଡିଛି। ଏହା ଜିଡିପିକୁ ମଧ୍ୟ ପ୍ରଭାବିତ କରିଛି।

ଭାରତରେ ଲଜିଷ୍ଟିକ ଉଦ୍ୟୋଗ:
– ଭାରତରେ ଲଜିଷ୍ଟିକ୍ସ ଉଦ୍ୟୋଗର ଆକାର ବର୍ତମାନ ୧୬୦ ବିଲିୟନ ଆମେରିକୀୟ ଡଲାର ଥିବାବେଳେ ଏହା ୨୦୨୦ରେ ୨୧୫ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବାର ଅନୁମାନ କରାଯାଇଛି।
– ବିଶ୍ୱ ବ୍ୟାଙ୍କ ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କ ଅନୁଯାୟୀ ଭାରତ ୨୦୧୮ରେ ବିଶ୍ୱରେ ୪୪ତମ ସ୍ଥାନରେ ରହିଛି। ୨୦୧୪ରେ ଭାରତ ଏହି ସୂଚକାଙ୍କର ୫୪ତମ ସ୍ଥାନରେ ରହିଥିଲା।
– ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ଆଠ ମାସରେ ଭାରତରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପରିମାଣ ୨୪.୪ ବିଲିୟନ ଡଲାର ଥିବା ଜଣାଯାଇଛି। ଏହା ୨୦୧୮-୧୯ ବର୍ଷ ତୁଳନାରେ ଅଧିକ।
– ବିଦେଶରେ ରହୁଥିବା ଭାରତୀୟ ପ୍ରବାସୀଙ୍କଠାରୁ ମିଳୁଥିବା ଅର୍ଥ ରାଶି ବୃଦ୍ଧି ପାଇ ଏହାର ପରିମାଣ ୨୦୧୯-୨୦ ବର୍ଷର ପ୍ରଥମ ୬ ମାସରେ ୩୮.୪ ବିଲିୟନ ଡଲାର ରହିଛି, ଯାହାକି ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୫୦ ପ୍ରତିଶତ ଅଧିକ।

ବାହ୍ୟ ଋଣ:
– ସେପ୍ଟେମ୍ବର ୨୦୧୯ ଶେଷ ସୁଦ୍ଧା ଏହା ଜିଡିପିର ୨୦.୧ ପ୍ରତିଶତ ଠାରୁ ନିମ୍ନରେ ରହିଥିଲା।
– ୨୦୧୪-୧୫ରେ ହ୍ରାସ ପରିଲକ୍ଷିତ ହେବା ପରେ ଏଫଡିଆଇ ପୋର୍ଟଫୋଲିଓ ପ୍ରବାହ ଏବଂ ବାହ୍ୟ ବାଣିଜ୍ୟିକ ଋଣରେ ବୃଦ୍ଧି କାରଣରୁ ଜୁନ ୨୦୧୯ରେ ଜିଡିପି ତୁଳନାରେ ଭାରତର ବାହ୍ୟ ଋଣ ଓ ଇକ୍ୟୁଟି ବୃଦ୍ଧି ପାଇଛି।

ମୁଦ୍ରା ପରିଚାଳନା ତଥା ଆର୍ଥିକ ମଧ୍ୟସ୍ଥତା:
– ୨୦୧୯-୨୦ରେ ନିମ୍ନ ଅଭିବୃଦ୍ଧି ହାର ତଥା ମୁଦ୍ରାସ୍ଫୀତି କାରଣରୁ ଏମପିସିର ୪ଟି ବୈଠକରେ ରେପୋ ରେଟକୁ ୧୧୦ ବେସିସ ପଏଂଟ ହ୍ରାସ କରାଯାଇଥିଲା। ତେବେ ୨୦୧୯ ଡିସେମ୍ବରରେ ହୋଇଥିବା ୫ମ ବୈଠକରେ ଏହାକୁ ଅପରିବର୍ତିତ ସ୍ଥିତିରେ ରଖାଯାଇଥିଲା।
– ୨୦୧୯-୨୦ ଆର୍ଥିକ ବର୍ଷର ପ୍ରାରମ୍ଭିକ ୨ ମାସରେ ନଗଦର ସ୍ଥିତି ଦୁର୍ବଳ ରହିଥିଲା କିନ୍ତୁ କିଛି ସମୟ ପରେ ଏହା ସୁବିଧାଜନକ ସ୍ଥିତିକୁ ଆସିଯାଇଥିଲା।
– ମାର୍ଚ୍ଚ ଓ ଡିସେମ୍ବର ୨୦୧୯ ମଧ୍ୟରେ ମୋଟ ଅଚଳ ଅଗ୍ରୀମ ଅନୁପାତ ବ୍ୟବସାୟିକ ବ୍ୟାଙ୍କଗୁଡିକ ଲାଗି ୯.୩ ପ୍ରତିଶତରେ ଅପରିବର୍ତିତ ରହିଥିଲା।
– ଅଣବ୍ୟାଙ୍କିଙ୍ଗ ଆର୍ଥିକ ନିଗମଗୁଡିକ ଲାଗି ଏହା ମାର୍ଚ୍ଚ ୨୦୧୯ରେ ୬.୧ ପ୍ରତିଶତ ଥିଲାବେଳେ ଏଥିରେ ସାମାନ୍ୟ ବୃଦ୍ଧି ଘଟି ସେପ୍ଟେମ୍ବର ମାସରେ ୬.୩ ପ୍ରତିଶତରେ ପହଞ୍ଚିଥିଲା।
– ଉଭୟ ଏନବିଏଫସି ଏବଂ ବ୍ୟାଙ୍କଗୁଡିକରେ ଋଣ ବୃଦ୍ଧି ହ୍ରାସ ପାଇବା ଫଳରେ ଅର୍ଥ ବ୍ୟବସ୍ଥାକୁ ଆର୍ଥିକ ପ୍ରବାହ ବଜାୟ ରହିଥିଲା।
– ୨୦୧୯ ଏପ୍ରିଲରେ ବ୍ୟାଙ୍କ ଋଣ ବୃଦ୍ଧି ହାର ୧୨.୯ ପ୍ରତିଶତ ଥିବାବେଳେ ଡିସେମ୍ବରରେ ଏହା ହ୍ରାସ ପାଇ ୭.୧ ପ୍ରତିଶତରେ ପହଞ୍ଚିଥିଲା।

ମୂଲ୍ୟ ଓ ମୁଦ୍ରାସ୍ଫୀତି:
– ୨୦୧୪ ପରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣାଧିନ ରହିଛି।
– ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ମୁଦ୍ରାସ୍ଫୀତି ୨୦୧୮-୧୯ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ୩.୭ ପ୍ରତିଶତ ଥିବାବେଳେ ୨୦୧୯-୨୦ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଏହା ୪.୧ ପ୍ରତିଶତରେ ପହଞ୍ଚିଥିଲା।
– ପାଇକାରୀ ମୂଲ୍ୟ ସୂଚକାଙ୍କ ୨୦୧୮-୧୯ ଏପ୍ରିଲ ରୁ ଡିସେମ୍ବର ମଧ୍ୟରେ ୪.୭ ପ୍ରତିଶତ ଥିବାବେଳେ ୨୦୧୯-୨୦ ଏପ୍ରିଲ ରୁ ଡିସେମ୍ବର ମଧ୍ୟରେ ଏହା ୧.୫ ପ୍ରତିଶତରେ ପହଞ୍ଚିଥିଲା।

ମୂଲ୍ୟରେ ଅସ୍ଥିରତା:
– ୨୦୦୯-୧୪ ଅବଧି ତୁଳନାରେ ୨୦୧୪-୧୯ ଅବଧିରେ କେତେକ ଡାଲିକୁ ବାଦ ଦେଲେ ଅନ୍ୟ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମୂଲ୍ୟ ଅସ୍ଥିରତାରେ ହ୍ରାସ ପାଇଛି।
– ଉନ୍ନତ ବଜାର ବ୍ୟବସ୍ଥା, ପଣ୍ୟ ସୁବିଧା ଏବଂ ପ୍ରଭାବି ଏମଏସପି ବ୍ୟବସ୍ଥା କାରଣରୁ ନିମ୍ନ ମୂଲ୍ୟ ଅସ୍ଥିରତା ପରିଲକ୍ଷିତ ହୋଇଥିବା ଅନୁମାନ କରାଯାଉଛି।
– ୨୦୧୯-୨୦ ଆର୍ଥିକ ବର୍ଷର ଏପ୍ରିଲ ରୁ ଡିସେମ୍ବର ମଧ୍ୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ – ସଂଯୁକ୍ତ (ସିପିଆଇସି) ମୁଦ୍ରାସ୍ଫୀତିରେ ପାର୍ଥକ୍ୟ ଦେଖିବାକୁ ମିଳିଛି। ଏହା ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ କମ ରହିଛି। ବିଭିନ୍ନ ରାଜ୍ୟର ଗ୍ରାମାଞ୍ଚଳରେ ମଧ୍ୟ ଏହି ହାରରେ ପାର୍ଥକ୍ୟ ଥିବା ପରିଲକ୍ଷିତ ହୋଇଛି।

ସ୍ଥାୟୀ ବିକାଶ ଓ ଜଳବାୟୁ ପରିବର୍ତନ:
– ଯୋଜନାବଦ୍ଧ କାର୍ୟ୍ୟକ୍ରମ ମାଧ୍ୟମରେ ଭାରତ ସ୍ଥାୟୀ ବିକାଶ ଲକ୍ଷ୍ୟ କାର୍ୟ୍ୟକାରୀ କରିବା ଦିଗରେ ଆଗେଇ ଚାଲିଛି।
– ଏସଡିଜି ଭାରତ ସୂଚକାଙ୍କ:
– ହିମାଚଳ ପ୍ରଦେଶ, କେରଳ, ତାମିଲନାଡୁ, ଚଣ୍ଡିଗଡ ଅଗ୍ରଣୀ।
– ଆସାମ, ବିହାର ଓ ଉତରପ୍ରଦେଶ ଆକାଂକ୍ଷି ଶ୍ରେଣୀରେ।
– ଭାରତ, ୟୁଏନସିସିଡି ଅନ୍ତର୍ଗତ ସିଓଡି – ୧୪ ଆୟୋଜନ କରିଛି, ଯେଉଁଥିରେ “ଦିଲ୍ଲୀ ଘୋଷଣା : ଭୂମିରେ ନିବେଶ ଏବଂ ଅବସର ଖୋଜିବା” ନୀତିକୁ ଗ୍ରହଣ କରାଯାଇଛି।

ଜଙ୍ଗଲ ଓ ବୃକ୍ଷ ପରିମାଣ ବୃଦ୍ଧି:
– ଦେଶରେ ଜଙ୍ଗଲର ପରିମାଣ ୨୪.୫୬ ପ୍ରତିଶତ ଭୌଗଳିକ କ୍ଷେତ୍ରରେ ବୃଦ୍ଧି ପାଇ ଏହା ୮୦.୭୩ ମିଲିୟନ ହେକ୍ଟରରେ ପହଞ୍ଚିଛି।
– କୃଷି ବର୍ଜ୍ୟ ଜଳାଇବା କାରଣରୁ ଉତ୍ପନ୍ନ ପ୍ରଦୂଷଣସ୍ତରରେ ବୃଦ୍ଧି ତଥା ବାୟୁ ଗୁଣବତା ହ୍ରାସ ଏବେ ଚିନ୍ତାର ବିଷୟ। ତେବେ ବିଭିନ୍ନ ପଦକ୍ଷେପ ଦ୍ୱାରା ଏହି ଘଟଣା ଏବେ ହ୍ରାସ ପାଇଛି।

ଅନ୍ତର୍ଜାତୀୟ ସୌର ମେଂଟ:
– ସଦସ୍ୟ ଦେଶରୁ ୩୦ଟି ଫେଲୋସିପକୁ ସଂସ୍ଥାଗତ କରି ସହାୟକ ପାଲଟିଛି।
– ଏକ୍ସିମ ବ୍ୟାଙ୍କ ଅଫ ଇଣ୍ଡିଆରୁ ୨ ବିଲିୟନ ଡଲାର ଋଣ ଏବଂ ଏଏଫଡି ଫ୍ରାନ୍ସରୁ ୧.୫ ବିଲିୟନ ଡଲାର ଋଣ।
– ୧ ହଜାର ମେଗାୱାଟ ସୌର ଶକ୍ତି ଏବଂ ୨.୭ ଲକ୍ଷ ସୌର ଜଳ ପମ୍ପ ଚାହିଦା ପୁରଣ ଲାଗି ଉପାୟ ବିକଶିତ କରାଯାଇଛି।

କୃଷି ଏବଂ ଖାଦ୍ୟ ପରିଚାଳନା:
– ଅନ୍ୟ କ୍ଷେତ୍ର ତୁଳନାରେ ଦେଶ ଜନସଂଖ୍ୟାର ଅଧିକାଂଶ ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି।
– ମୋଟ ମୂଲ୍ୟ ସମ୍ବର୍ଦ୍ଧନରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରର ଭାଗିଦାରୀ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ବିକାଶ ପ୍ରକ୍ରିୟାର ଏହା ସ୍ୱଭାବିକ ପରିଣାମ।
– କୃଷି, ବନୀକରଣ ଏବଂ ମତ୍ସ୍ୟପାଳନ କ୍ଷେତ୍ରରେ ମୋଟ ମୂଲ୍ୟ ସମ୍ବର୍ଦ୍ଧନ ପରିମାଣ ୨.୮ ପ୍ରତିଶତ ରହିବାର ଅନୁମାନ କରାଯାଉଛି।
– କୃଷିରେ ଯାନ୍ତ୍ରିକୀକରଣର କମ ଉପଯୋଗ କାରଣରୁ ଉତ୍ପାଦକତା ହ୍ରାସ ପାଇଛି- କୃଷି କ୍ଷେତ୍ରରେ ଯନ୍ତ୍ରର ଉପଯୋଗ ବ୍ରାଜିଲରେ ୭୫ ପ୍ରତିଶତ ଏବଂ ଚୀନରେ ପାଖାପାଖି ୫୯.୫ ପ୍ରତିଶତ ଥିବା ବେଳେ ଭାରତରେ ମାତ୍ର ୪୦ ପ୍ରତିଶତ ରହିଛି।
– ତେବେ ଗତ ୫ ବର୍ଷ ମଧ୍ୟରେ ପ୍ରାଣି ସମ୍ପଦ କ୍ଷେତ୍ରରେ ୭.୯ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ।
– ୨୦୧୭-୧୮ରେ ଶେଷ ହୋଇଥିବା ଗତ ୬ ବର୍ଷ ମଧ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବାର୍ଷିକ ଅଭିବୃଦ୍ଧି ହାର ୫.୦୬ ପ୍ରତିଶତ ରହିଛି।
ଶିଳ୍ପ ଓ ଭିତିଭୂମି:
– ୨୦୧୮-୧୯ (ଏପ୍ରିଲ-ନଭେମ୍ବର)ରେ ଶିଳ୍ପ ଉତ୍ପାଦନ ସୂଚକାଙ୍କ ୫.୦ ପ୍ରତିଶତ ଥିବା ସମୟରେ ୨୦୧୯-୨୦ (ଏପ୍ରିଲ-ନଭେମ୍ବର)ରେ ଏଥିରେ ୦.୬ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି।
– ୨୦୧୮-୧୯ (ଏପ୍ରିଲ-ନଭେମ୍ବର)ରେ ସାର କ୍ଷେତ୍ରରେ -୧.୩ ପ୍ରତିଶତ ବୃଦ୍ଧି ତୁଳନାରେ ୨୦୧୯-୨୦ (ଏପ୍ରିଲ-ନଭେମ୍ବର)ରେ ୪ ପ୍ରତିଶତ ବୃଦ୍ଧି ହୋଇଛି।
– ୨୦୧୮-୧୯ (ଏପ୍ରିଲ-ନଭେମ୍ବର)ରେ ଇସ୍ପାତ କ୍ଷେତ୍ରରେ ୩.୬ ପ୍ରତିଶତ ବୃଦ୍ଧି ତୁଳନାରେ ୨୦୧୯-୨୦ (ଏପ୍ରିଲ-ନଭେମ୍ବର)ରେ ୫.୨ ପ୍ରତିଶତ ବୃଦ୍ଧି ହୋଇଛି।
– ଦେଶରେ ମୋଟ ଟେଲିଫୋନ ସଂଯୋଗ ସଂଖ୍ୟା ୨୦୧୯ ସେପ୍ଟେମ୍ବର ସୁଦ୍ଧା ୧୧୯.୪୩ କୋଟିରେ ପହଞ୍ଚିଛି।
– ଶକ୍ତି ଉତ୍ପାଦନ କ୍ଷମତା ମାର୍ଚ୍ଚ ୨୦୧୯ରେ ୩,୫୬,୧୦୦ ମେଗାୱାଟରୁ ବୃଦ୍ଧି ପାଇ ଅକ୍ଟୋବର ୨୦୧୯ ସୁଦ୍ଧା ୩,୬୪,୯୬୦ ମେଗାୱାଟରେ ପହଞ୍ଚିଛି।

ସେବା କ୍ଷେତ୍ର:
– ଭାରତୀୟ ଅର୍ଥବ୍ୟବସ୍ଥାକୁ ସେବା କ୍ଷେତ୍ରର ଯୋଗଦାନ ୫୫ ପ୍ରତିଶତ ରହିଛି। ଏହା ଭାରତକୁ ଆସୁଥିବା ଏଫଡିଆଇ ପ୍ରବାହର ଦୁଇ ତୃତୀୟାଂଶ ଏବଂ ମୋଟ ରପ୍ତାନୀର ୩୮ ପ୍ରତିଶତ ସ୍ଥାନ ଅକ୍ତିକାର କରିଛି।

ସାମାଜିକ ଭିତିଭୂମି, ନିଯୁକ୍ତି ଓ ମାନବ ବିକାଶ:
– କେନ୍ଦ୍ର ଓ ରାଜ୍ୟଗୁଡିକ ଦ୍ୱାରା ସାମାଜିକ ସେବା (ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ) ଉପରେ ଜିଡିପି ଅନୁପାତରେ ବ୍ୟୟ ୨୦୧୪-୧୫ ରେ ୬.୨ ପ୍ରତିଶତରୁ ବୃଦ୍ଧି ପାଇ ୨୦୧୯-୨୦ରେ (ବଜେଟ ଅନୁମାନ)୭.୭ ପ୍ରତିଶତରେ ପହଞ୍ଚିଛି।
– ମାନବ ବିକାଶ ସୂଚକାଙ୍କରେ ଭାରତର ସ୍ଥାନ ୨୦୧୭ରେ ୧୩୦ରେ ଥିବାବେଳେ ୨୦୧୮ରେ ଏହା ୧୨୯ରେ ପହଞ୍ଚିଛି।
– ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଓ ଉଚ୍ଚ ଶିକ୍ଷାସ୍ତରରେ ମୋଟ ପ୍ରବେଶ ଅନୁପାତ ବୃଦ୍ଧି ପାଇବାର ଆବଶ୍ୟକତା ରହିଛି।
– ନିୟମିତ ମଜୁରି, ଦରମାପ୍ରାପ୍ତ କର୍ମଚାରୀଙ୍କ ଅଂଶଧନ ୨୦୧୧-୧୨ରେ ୧୮% ଥିବା ବେଳେ ଏହା ୨୦୧୭-୧୮ରେ ବୃଦ୍ଧି ପାଇ ୨୩%ରେ ପହଁଚିଛି।
– ୨.୬୨ କୋଟି ନୂଆ ଚାକିରି ସୃଷ୍ଟି ହୋଇଥିବା ବେଳେ ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧.୨୧ କୋଟି ଏବଂ ସହରାଞ୍ଚଳରେ ୧.୩୯ କୋଟି ନିଯୁକ୍ତି
ସୁଯୋଗ ସୃଷ୍ଟି ହୋଇଛି।
– ୨୦୧୧-୧୨ରେ ଅର୍ଥବ୍ୟବସ୍ଥାରେ ମୋଟ ଔପଚାରିକ ନିଯୁକ୍ତିର ପରିମାଣ ୮% ଥିବା ବେଳେ ଏହା ୨୦୧୭-୧୮ରେ ବୃଦ୍ଧି ପାଇ ୯.୯୮%ରେ ପହଁଚିଛି।
– ଭାରତର ଶ୍ରମ ବଜାରରେ ଲିଙ୍ଗଗତ ବୈଷମ୍ୟ ବୃଦ୍ଧି ପାଇଛି କାରଣ ଗ୍ରାମାଞ୍ଚଳ ଶ୍ରମ ଶକ୍ତିରେ ମହିଳାଙ୍କ ଭାଗିଦାରୀ ହ୍ରାସ ପାଇଛି।
– ଆୟୁଷ୍ମାନ ଭାରତ ଓ ମିଶନ ଇନ୍ଦ୍ରଧନୁଶ ଜରିଆରେ ଦେଶରେ ସ୍ୱାସ୍ଥ୍ୟ ସେବାର ପ୍ରସାର ଅଧିକ ଉନ୍ନତ ହୋଇଛି।
– ମିଶନ ଇନ୍ଦ୍ରଧନୁଷ ଜରିଆରେ ଦେଶର ୬୮୦ଟି ଜିଲ୍ଲାରେ ୮୭.୧୮ ଲକ୍ଷ ଗର୍ଭବତୀ ମହିଳା ଓ ୩.୩୯ କୋଟି ଶିଶୁଙ୍କୁ ଟିକା ଦିଆଯାଇଛି।
– ଗ୍ରାମାଞ୍ଚଳରେ ୭୬.୭% ଏବଂ ସହରାଚଂଳରେ ୯୬% ଲୋକଙ୍କ ନିକଟରେ ପକ୍କା ଘର ରହିଛି।
– ସ୍ୱଚ୍ଛତା ଅଭ୍ୟାସ ପରିବର୍ତନ ଓ କଠିନ ଓ ବର୍ଜ୍ୟବସ୍ତୁ ପରିଚାଳନାକୁ ବଜାୟ ରଖିବା ଲାଗି ୨୦୧୯ରୁ ୨୦୨୯ ମଧ୍ୟରେ ୧୦ ବର୍ଷୀୟା ଗ୍ରାମୀଣ ସ୍ୱଚ୍ଛତା ରଣନୀତିର ଶୁଭାରମ୍ଭ କରାଯାଇଛି।

Comments are closed.