ଆସନ୍ତା ୮ରୁ ’ଇକୋ-ରିଟ୍ରିଟ୍‌’ : ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋଗୋ ଉନ୍ମୋଚନ ପରେ ବୁକିଂ ଆରମ୍ଭ,ଏବର୍ଷ ୫ଟି ସ୍ଥାନରେ ’ଇକୋ-ରିଟ୍ରିଟ୍‌’

ପର୍ଯ୍ୟଟକ ଆବିସ୍କାର କରିପାରିବେ ପର୍ଯ୍ୟଟନ ଅବଦାନ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ୩ ମାସ ପାଇଁ ଆୟୋଜିତ ଆଡମ୍ବରପୂର୍ଣ୍ଣ ପ୍ରକୃତି ଉତ୍ସବ ‘ଇକୋ-ରିଟ୍ରିଟ୍‌’ ନିମନ୍ତେ ବୁକିଂର ଶୁଭାରମ୍ଭ କରିବା ସହିତ ଏହାର ଲୋଗୋ ଉନ୍ମୋଚନ କରିଛନ୍ତି । ସେ କହିଛନ୍ତି ଯେ ‘ଇକୋ-ରିଟ୍ରିଟ୍‌’ ପର୍ଯ୍ୟଟକମାନଙ୍କୁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ଅବଦାନକୁ ଆବିଷ୍କାର କରିବାକୁ ପର୍ଯ୍ୟଟକମାନଙ୍କୁ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିବ। ସେ ପୁଣି କହିଛନ୍ତି ଯେ ଗତବର୍ଷ କୋଣାର୍କ ମାରାଇନ୍‌ ଡ୍ରାଇଭ୍‌ଠାରେ ଅନୁଷ୍ଠିତ ‘ଇକୋ-ରିଟ୍ରିଟ୍‌’ର ଅଭୂତପୂର୍ବ ସଫଳତା ପରେ ଚଳିତ ବର୍ଷ ଏହାକୁ କୋଣାର୍କ, ହୀରାକୁଦ, ଭିତରକନିକା ଓ ସାତକୋଶିଆ ପରି ୫ଟି ଅଭିନବ ପର୍ଯ୍ୟଟନ ସ୍ଥଳୀକୁ ବିସ୍ତୃତ କରାଯାଇଛି। ଏହି କାର୍ଯ୍ୟକ୍ରମ ୮ ଡିସେମ୍ବର, ୨୦୨୦ରୁ ୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି।


ସାରା ରାଜ୍ୟରେ ପର୍ଯ୍ୟଟନ ଏବଂ ପରିଚର୍ଯ୍ୟାସଂପୃକ୍ତ ସମସ୍ତ ଅଂଶଗ୍ରହଣକାରୀଙ୍କୁ କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁସାରେ ତାଲିମ ପ୍ରଦାନ କରାଯାଇଛି। ସେ ପୁଣି କହିଛନ୍ତି ଯେ କୋଭିଡ୍‌-୧୯ ମହାମାରୀ ପରିଚାଳନାରେ ଓଡ଼ିଶାର କୃତିତ୍ୱକୁ ଦୃଷ୍ଟିରେ ରଖି ‘ଇକୋ-ରିଟ୍ରିଟ୍‌’ ସମୟରେ ସଂପୂର୍ଣ୍ଣ ମାର୍ଗଦର୍ଶିକା ଅନୁପାଳନ ସହିତ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଧାରିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓରକୁ ସଂପୂର୍ଣ୍ଣ ପାଳନ କରାଯିବ।


ମୁଖ୍ୟମନ୍ତ୍ରୀ ‘ଇକୋ-ରିଟ୍ରିଟ୍‌’ ଅନୁଷ୍ଠିତ ହେଉଥିବା ସଂପୃକ୍ତ ଜିଲ୍ଲା ପ୍ରଶାସନଗୁଡ଼ିକୁ ଆୟୋଜନ ରୂପାୟନର ସଂପୂର୍ଣ୍ଣ ଦାୟିତ୍ୱ ନେବା ପାଇଁ ପରାମର୍ଶ ଦେଇଥିଲେ । ‘ଇକୋ-ରିଟ୍ରିଟ୍‌’ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ଆବଶ୍ୟକତାକୁ ପୂରଣ କରିବା ଦିଗରେ ସହାୟକ ହେବା ସହିତ ଏପରି କଠିନ ସମୟରେ ତାହାର ପୁନରୁଦ୍ଧାର ଦିଗରେ ସାହାଯ୍ୟ କରିବ।

ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ, ପ୍ରମୁଖ ଶାସନ ସଚିବ, ରାଜସ୍ୱ ବିଭାଗ, କମିଶନର ତଥା ଶାସନ ସଚିବ, ପର୍ଯ୍ୟଟନ ବିଭାଗ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଚିବ (୫‘ଟି’), ସଂପୃକ୍ତ ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comments are closed.