ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଉଠିଲା

ନୂଆଦିଲ୍ଲୀ/ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧିକୁ ଉଠାଇ ଦିଆଯାଇଛି । ଏହା ତୁରନ୍ତ କାର୍ଯ୍ୟ  କାରୀ ହୋଇଛି ବୋଲି ଭାରତୀୟ ନିର୍ବାଚନ ଆୟୋଗଙ୍କ କାର୍ୟ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । କେନ୍ଦ୍ର କ୍ୟାବିନେଟ୍‍ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ଲୋକସଭା ଏବଂ ୪ଟି ରାଜ୍ୟର ବିଧାନସଭା ତଥା ଅନ୍ୟ କେତେକ ସ୍ଥାନରେ ଉପନିର୍ବାଚନ ଦୃଷ୍ଟିରୁ ଏହି ଆଦର୍ଶ ଆଚରଣ ସଂହିତା ନିର୍ବାଚନ ଆୟୋଗଙ୍କ ତରଫରୁ ଲାଗୁ କରାଯାଇଥିଲା।

Comments are closed.