୨୩୮୫ କୋଟି ମୂଲ୍ୟର ମଦ ଓ ନଗଦ ଟଙ୍କା ଜବତ କଲା ନିର୍ବାଚନ କିମଶନ

ନୂଆଦିଲ୍ଳୀ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ଗୁରୁବାର ମତ ହେଉଥିବା ବେଳେ ନିର୍ବାଚନ କିମଶନ ଦେଶର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ମଦ, ନିଶା ଔଷଧ, ସୁନା ଗହଣା ଓ ନଗଦ ଟଙ୍କ ଜବତ କରିଛି।

ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରଠାରୁ ନିର୍ବାଚନ କିମଶନ ପକ୍ଷରୁ ୨ ହଜାର ୩୮୫ କୋଟି ମୂଲ୍ୟର ନଗଦ ଟଙ୍କା, ମଦ, ନିଶା ଔଷଧ, ସୁନା ଗହଣା ଓ ଉପହାର ଆଦି ଜବତ କରାଯାଇଛି।
ଗୁଜରାଟରେ ସବୁଠାରୁ ଅଧିକ ୫୧୪ କୋଟି ଟଙ୍କା,ସେହିପରି ତାମିଲ୍‍ନାଡ଼ୁରୁ ୪୬୮ କୋଟି ଟଙ୍କା, ଦିଲ୍ଲୀରୁ ୩୮୪ କୋଟି ଟଙ୍କା, ଆନ୍ଧ୍ରପ୍ରଦେଶରୁ ୧୯୬ କୋଟି ଟଙ୍କା ଓ ପଞ୍ଜାବରୁ ୧୮୯ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଜବତ କରାଯାଇଛି।

ସେହିପରି ସାରା ଦେଶରୁ ୫୭୫ କୋଟି ନଗଦ ଟଙ୍କା ଜବତ କରାଯାଇଥିଲାବେଳେ ୮୯ କୋଟି ଟଙ୍କାର ନିଶା ଔଷଧ, ୪୮୬ କୋଟି ଟଙ୍କା ମୂଲ୍ୟର ସୁନା ଗହଣା, ୧୯୨ କୋଟି ଟଙ୍କାର ମଦ ଓ ୪୧ କୋଟି ଟଙ୍କାର ଉପହାର ଜବତ କରାଯାଇଛି।

Comments are closed.