ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏବଂ ଅନ୍ୟ ଦୁଇ ନିର୍ବାଚନ କମିଶନର ଅଶୋକ ଲାଭସା ଏବଂ ସୁଶୀଲ ଚନ୍ଦ୍ର ନୂଆଦିଲ୍ଲୀସ୍ଥିତ ନିର୍ବାଚନ କମିଶନଙ୍କ ମୁଖ୍ୟ କାର୍ଯ୍ୟାଳୟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କ ସମେତ ଡିସିପି, ପୁଲିସ୍‍ ଯୁଗ୍ମ କମିଶନର, ଏନ୍‍ଡିଏମ୍‍ସି ଅଧ୍ୟକ୍ଷ, ଏମ୍‍ସିଡି କମିଶନର, ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବୋର୍ଡର ମୁଖ୍ୟନିର୍ବାହୀ ଅଧିକାରୀମାନଙ୍କ ସମେତ ଅନ୍ୟାନ୍ୟ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ କମିଶନ ମୁଖ୍ୟ ଶାସନ ସଚିବ ଓ ଦିଲ୍ଲୀ ପୁଲିସ୍‍ କମିଶନର ସହ ଏକ ପୃଥକ ବୈଠକ ମଧ୍ୟ କରିଛନ୍ତି।

ବୈଠକରେ ମୁଖ୍ୟ ନିର୍ବାଚନ କମିଶନ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ୱ ଦେଇଛନ୍ତି। ଉତ୍ତେଜନା ପ୍ରବଣ ଅଂଚଳ ଚିହ୍ନଟ କରି ତୁରନ୍ତ ବ୍ୟବସ୍ଥା କରିବାକୁ କମିଶନ କହିଛନ୍ତି।

Comments are closed.