ଆଜି ପ୍ରକାଶ ପାଇବ ରାଜ୍ୟସଭା ଉପନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟସଭାରେ ଓଡ଼ିଶା, ବିହାର ଓ ଗୁଜରାଟରେ ୬ଟି ଆସନ ଖାଲି ହୋଇଥିବାରୁ ଆସନ୍ତା ଜୁଲାଇ ୫ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆଜି କାଲି ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ଚଳିତ ମାସ ୨୫ ରହିଥିବା ବେଳେ ୨୬ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି ଜୁନ ୨୮। ଜୁଲାଇ ୫ରେ ଭୋଟ ଗଣତି କରାଯିବ। ଜୁଲାଇ ୯ ସୁଦ୍ଧା ସମସ୍ତ ନିର୍ବାଚନ ଶେଷ ହେବ।

୩ଟି ରାଜ୍ୟର ୬ ଜଣ ରାଜ୍ୟସଭା ପଦରୁ ସଦ୍ୟ ସମାପ୍ତ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବାରୁ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଓଡ଼ିଶାରୁ ଅଚ୍ୟୁଗ୍ଦତାନନ୍ଦ ସାମନ୍ତ, ପ୍ରତାପ କେଶରୀ ଦେବ ଓ ସୌମ୍ୟ ରଂଜନ ପଟ୍ଟନାୟକ ଇସ୍ତଫା ପ୍ରଦାନ କରିଛନ୍ତି। ଅଚ୍ୟୁତାନନ୍ଦ ସାମନ୍ତ ଲୋକସଭାକୁ ନିର୍ବାଚିତ ହୋଇଥିଲା ବେଳେ ସୌମ୍ୟ ପଟ୍ଟନାୟକ ଓ ପ୍ରତାପ କେଶରୀ ଦେବ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

Comments are closed.