ଅଭିନନ୍ଦନଙ୍କ ପୋଷ୍ଟର ମାରି ଅଡୁଆରେ ବିଜେପି ବିଧାୟକ, କାରଣ ଦର୍ଶାଅ ନୋଟିସ ଜାରୀ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାୟୁ ସେନା କମାଣ୍ଡର ଅଭିନନ୍ଦନଙ୍କ ଫଟୋ ସହ ନିଜ ଫଟୋ ଫେସବୁକରେ ପୋଷ୍ଟ କଲା ପରେ ଦିଲ୍ଲୀର ବିଜେପି ବିଧାୟକ ଓମ ପ୍ରକାଶ ଶର୍ମାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ନିର୍ବାଚନ କମିଶନ ତାଙ୍କୁ ସେହି ପୋଷ୍ଟକୁ ଫେସବୁକରୁ ଶୀଘ୍ର ହଟେଇ ଦେବା ପାଇଁ ନିର୍ଦ୍ଦେଶ ଦେବା ସହ ୧୪ ମାର୍ଚ୍ଚ ସୁଦ୍ଧା କାରଣ ଦର୍ଶାଅ ନୋଟିସର ଉତ୍ତର ରଖିବା ଲାଗି କହିଛନ୍ତି। ସୂଚନା ଯୋଗ୍ୟ ଯେ ନିର୍ବାଚନ କମିଶନ ତାଙ୍କ ନିର୍ଦ୍ଦେଶରେ, ସେନା କିମ୍ବା ସେନା ସମ୍ପର୍କିତ କୌଣସି ତଥ୍ୟ ପ୍ରଚାର କାର୍ଯ୍ୟରେ ବ୍ୟବହାରକୁ ନିଷିଦ୍ଧ କରିଥିଲେ।

Leave A Reply