ଓଡିଶାରେ ଭୋଟ ଗଣତି ପାଇଁ ଅଧିକ ସମୟ ଲାଗିବ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର : ଓଡିଶାରେ ଭୋଟ ଗଣତି ପାଇଁ ଅଧିକ ସମୟ ଲାଗିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ମଙ୍ଗଳବାର ଦିନ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ସୋମବାର ପ୍ରଥମ ଦିନରେ ୧୪ଟି ଜିଲାର ରିଟର୍ଣ୍ଣି ଅଫିସରଙ୍କୁ ଟ୍ରେନିଂ ଦିଆଯାଇଛି। ତେବେ ଦ୍ବିତୀୟ ଦିନରେ ୧୬ଟି ଜିଲାର ରିଟର୍ଣ୍ଣି ଅଫିସରଙ୍କୁ ଟ୍ରେନିଂ ଦିଆଯାଉଛି। କାଲି ଅର୍ଥାତ ବୁଧବାର ଠାରୁ ଜିଲାସ୍ତରର ନିର୍ବାଚନ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଏହି ଟ୍ରେନିଂ ୬ ଦିନ ଧରି  ୧୫ ରୁ ୨୦ ତାରିଖ ପର୍ଯ୍ୟନ୍ତ ଦିଆଯିବ। ଏହାସହ ପ୍ରଥମ ଥର ପାଇଁ ଭିଭିପାଟରେ ଭୋଟ ଗଣତି ହେବ। ଟ୍ରେନିଂ ଭଲ ହେଲେ ଭୋଟ ଗଣତିରେ ତ୍ରୁଟି କମ୍ ହେବ ବୋଲି ମଧ୍ୟ ସେ କହିଛନ୍ତି। ତେବେ ପର୍ଯ୍ୟାୟ କ୍ରମେ ଭିଭିପାଟରେ ଭୋଟ ଗଣତି ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Comments are closed.