ଅନୁମୋଦନ ବିନା ଭୋଟ ଓ ତା’ର ପୂର୍ବଦିନ ଖବରକାଗଜରେ ପ୍ରକାଶ ପାଇବ ନାହିଁ ବିଜ୍ଞାପନ : ଇସି

ନୂଆଦିଲ୍ଲୀ : ଭୋଟ ଗ୍ରହଣ ଦିନ ଓ ଏହାର ଗୋଟିଏ ଦିନ ପୂର୍ବରୁ କୌଣସି ରାଜନୈତିକ ଦଳ, ପ୍ରାର୍ଥୀ କିମ୍ବା ଅନ୍ୟ କୌଣସି ସଂସ୍ଥା କମିଶନ ଦ୍ୱାରା ଅନୁମୋଦିତ ହୋଇନଥିବା କୌଣସି ବିଜ୍ଞାପନ ଖବରକାଗଜରେ ପ୍ରକାଶ କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ଶେଷ ସମୟରେ ଏଭଳି ବିଜ୍ଞାପନ ସମସ୍ତ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ ବୋଲି କମିଶନ କହିଛନ୍ତି । ଏଭଳି ପରିସ୍ଥିତିରେ ପ୍ରଭାବିତ ପ୍ରାର୍ଥୀ କିମ୍ବା ଦଳକୁ କୌଣସି ସ୍ପଷ୍ଟୀକରଣ ଦେବାକୁ ଆଉ ସମୟ ମିଳିନଥାଏ। ରାଜନୈତିକ ଦଳଗୁଡ଼ିକର ବିଜ୍ଞାପନଗୁଡ଼ିକୁ ରାଜ୍ୟ ଓ ଜିଲ୍ଲାସ୍ତରରେ ଥିବା ଗଣମାଧ୍ୟମ ପ୍ରମାଣନ ଓ ପର୍ଯ୍ୟବେକ୍ଷଣ କମିଟି ଯାଞ୍ଚ୍‍ କରିବାକୁ କମିଶନ
ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ନିର୍ବାଚନ କମିଶନ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ରାଜନୈତିକ ଦଳ, ପ୍ରାର୍ଥୀ ଓ ସମ୍ବାଦପତ୍ରଗୁଡ଼ିକୁ ଏ ସଂପର୍କରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.