ଭୋଜନ ସମ୍ବନ୍ଧୀୟ କିଛି ତଥ୍ୟ

0

ଶରୀରରେ ରୋଗ ପ୍ରତିରୋଧକ କ୍ଷମତା କମ ହୋଇଯିବାରୁ ସ୍ୱାସ୍ଥ୍ୟ ଖରାପ ହୋଇଥାଏ। ନିଜକୁ ସୁସ୍ଥ ରଖିବା ପାଇଁ ଖାଦ୍ୟପାନୀୟ ଉପରେ ସତର୍କ ରହିବା ନିତାନ୍ତ ଆବଶ୍ୟକ।
ଯେତେବେଳେ ଭୋଜନ କରୁଛନ୍ତି ସେତେବେଳେ ଧ୍ୟାନ ଦେବା ଉଚିତ ଆପଣ କ’ଣ ଖାଉଛନ୍ତି। ସେହି ଖାଦ୍ୟ କେତେ ଶୀଘ୍ର ହଜମ ହୋଇଥାଏ ତାହା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। ତେଣୁ ସର୍ବଦା ଏପରି ଖାଦ୍ୟ ଖାଇବା ଉଚିତ ଯାହା ଶୀଘ୍ର ହଜମ ହେବାରେ ସାହାଯ୍ୟ କରିଥାଏ।
ସନ୍ଧ୍ୟା ଭୋଜନ ଓ ରାତ୍ରି ଭୋଜନ ସମୟରେ ଅତି କମରେ ୩ ଘଣ୍ଟା ଅନ୍ତର ରହିବା ଆବଶ୍ୟକ। ଏପରି କରିବା ଦ୍ୱାରା ଶରୀରର ସମସ୍ତ ଅଙ୍ଗ ସକ୍ରିୟ ହୋଇଯାଆନ୍ତି।
ଆପଣ ଯେଉଁ ଖାଦ୍ୟ ଖାଉଛନ୍ତି ତାହା ଯଦି ତିନି ଘଣ୍ଟାରୁ ଅଧିକ ସମୟ ପେଟରେ ରହିଥାଏ ତେବେ ଜାଣି ନିଅନ୍ତୁ ଯେ ସେହି ଖାଦ୍ୟ ଶରୀର ପାଇଁ ଉତ୍ତମ ନୁହେଁ। ତେଣୁ ଏପରି ଖାଦ୍ୟରୁ ନିବୃତ୍ତ ରୁହନ୍ତୁ।
ସକାଳ ଖାଦ୍ୟ ଓ ଖରା ବେଳର ଖାଦ୍ୟରେ ଅତି କମରେ ୫ଘଣ୍ଟା ଅନ୍ତର ରଖିବା ଉଚିତ।
ଭୋଜନ କରିବା ପରେ ସଙ୍ଗେ ସଙ୍ଗେ ଯଦି ଆପଣ ଶୋଇ ଯାଉଛନ୍ତି ତେବେ ଖାଦ୍ୟ ଠିକ ଭାବେ ହଜମ ହୋଇପାରେ ନାହିଁ। ଯାହାଦ୍ୱାରା ଶୋଇକି ଉଠିବା ପରେ ମଧ୍ୟ ଅଳସୁଆ ଲାଗେ। ଏପରି ବାରମ୍ବାର ହେବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ।

Leave A Reply