ସୁସ୍ଥ ରହିବା ପାଇଁ ଖାଆନ୍ତୁ ଏହି ସ୍ୱତନ୍ତ୍ର ଖାଦ୍ୟ

ଏବେ କରୋନା ମହାମାରୀର ପ୍ରଭାବ ରହିଛି। ଏହି କାରଣରୁ ସଭିଁଙ୍କୁ ସତର୍କତା ଅବଲମ୍ବନ କରିବା ସହ କୋଭିଡ଼ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଉଛି। ବର୍ତ୍ତମାନ ସମୟରେ ବାରମ୍ବାର ପାଗରେ ପରିବର୍ତ୍ତନ ଦେଖାଯାଉଛି। ଆଉ ଅଳ୍ପ ଦିନ ମଧ୍ୟରେ ଥଣ୍ଡା ଅନୁଭବ ହେବ। ପାଗରେ ପରିବର୍ତ୍ତନ ହେବା ମାତ୍ରେ ଥଣ୍ଡା,କାଶ,ଜ୍ୱର ଆଦି ଆରମ୍ଭ ହୋଇଥାଏ। ଏହି ସମୟରେ କିଛି ନୂଆ ଉପାୟ ଆପଣେଇ ପାରିବେ। ଜାଣନ୍ତୁ କିଛି ସେଭଳି ଉପାୟ ବିଷୟରେ….
ଗରମାଗରମ କଢି ପିଅନ୍ତୁ। ଏହାଦ୍ୱାରା ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ ଏହାକୁ କିଭଳି ପ୍ରସ୍ତୁତ କରିବେ….
ଆବଶ୍ୟକ ସାମଗ୍ରୀ – ସତେଜ ଦହି -୨୫୦ ଗ୍ରାମ
ବେସନ – ୫୦ ଗ୍ରାମ
ଅଦାରସ – ୧ ଚାମଚ
ଚଣା – ୧କପ
କଟା ଆଳୁ – ୧ଟି
କଞ୍ଚାଲଙ୍କା – ୨ଟି
ଘିଅ – ୧ ଚାମଚ
ହେଙ୍ଗୁ – ସାମାନ୍ୟ
ଭୁସଙ୍ଗପତ୍ର – ଅଳ୍ପ
ଲୁଣ – ଅଳ୍ପ
ଲବଙ୍ଗ – ଅଳ୍ପ
ସବୁଜ ପନିପରିବା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଏକ ପାତ୍ରରେ ଦହି ଓ ବେସନକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଲୁଣ, ଲଙ୍କାଗୁଣ୍ଡ, ୨କପ ପାଣି ଦେଇ ପୁଣି ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ହେଙ୍ଗୁ, ସୋରିଷ,ଭୁସଙ୍ଗପତ୍ର, ଲବଙ୍ଗ , ଅଦାରସ, କଞ୍ଚାଲଙ୍କା ପକାନ୍ତୁ। ଏବେ ଏଥିରେ ଦହିର ମିଶ୍ରଣ ପକାଇ ଗୋଳାନ୍ତୁ। ଏହା ଫୁଟିବାକୁ ଆରମ୍ଭ କଲେ ଏଥିରେ ସବୁଜ ପନିପରିବା ,ଆଳୁ ପକାନ୍ତୁ। ଧିମା ଆଞ୍ଚଳରେ ୧୫ ରୁ ୨୦ ମିନିଟ ଫୁଟାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ କଢି। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ଥଣ୍ଡାଜନିତ ସମସ୍ୟା ଦୂର ହୋଇଥାଏ।

Comments are closed.