ଏସବୁ ଫଳକୁ ଚୋପା ସହ ଖାଇବା ଉଚିତ୍

ଏହା ଆମେ ସମସ୍ତେ ଜାଣନ୍ତି ଯେ ଫଳ ଖାଇବା ଶରୀର ପାଇଁ ଖୁବ୍ ଜରୁରୀ ଓ ଲାଭଦାୟକ ହୋଇଥାଏ। ଆମ ମଧ୍ୟରୁ ଅଧିକାଂଶ ଲୋକ ଫଳ ଖାଇବାକୁ ବହୁତ ପସନ୍ଦ ମଧ୍ୟ କରିଥାଆନ୍ତି। ଏହା ପାଟିକୁ ସ୍ବାଦିଷ୍ଟ ଲାଗିବା ସହ ସ୍ବାସ୍ଥ୍ୟ ମଧ୍ୟ ପାଇଁ ଖୁବ୍ ଉପକାରୀ ହୋଇଥାଏ। ମାତ୍ର କ’ଣ ଆପଣ ଜାଣନ୍ତି ଯେ, ଏପରି କିଛି ଫଳ ଅଛି ଯାହାକୁ ଚୋପା ସହ ଖାଇବା ଉଚିତ। ସେହି ଫଳଗୁଡ଼ିକୁ ଚୋପା ସହ ଖାଇବା ଦ୍ବାରା ଆମକୁ ଅଧିକ ଲାଭ ମିଳିଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ଫଳକୁ ଚୋପା ସହ ଖାଇବା ଉଚିତ୍ –

ଆମ୍ବ : ଯେଉଁମାନେ ଓଜନ କମ୍ କରିବାପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ଆମ୍ବ ଚୋପା ଖୁବ୍ ଲାଭକାରୀ ହୋଇଥାଏ। ଏହାର ଚୋପାରେ ଭରପୁର ମାତ୍ରାର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ଶରୀର ପାଇଁ ଖୁବ୍ ଲାଭକାରୀ ସାବ୍ୟସ୍ତ ହେବା ସହ ଓଜନ କମ୍ କରିବାରେ ସହାୟକ ହୋଇଥାଏ। ତେଣୁ ଆମ୍ବକୁ ଚୋପା ସହ ଖାଇବା ଉଚିତ୍।

ସପେଟା : ସପେଟା ଏପରି ଏକ ଫଳ ଯାହା ପାଟିକୁ ଯେତେ ସୁଆଦିଆ ଲାଗେ ଶରୀର ପାଇଁ ମଧ୍ୟ ସେତେ ଲାଭଦାୟକ ହୋଇଥାଏ। ଖାଲି ସପେଟା ନୁହଁ ଏହାର ଚୋପା ମଧ୍ୟ ଖୁବ୍ ଲାଭକାରୀ। ଏହାର ଚୋପାରେ ଭରପୁର ମାତ୍ରରେ ଭିଟାମିନ ଏ, ବି, ସି ଏବଂ ଇ ରହିଥାଏ। ତେଣୁ ଭୁଲରେ ମଧ୍ୟ ଏହାର ଚୋପାକୁ ଫିଙ୍ଗନ୍ତୁ ନାହିଁ।

ସେଓ : ସେଓକୁ ସର୍ବଦା ଚୋପା ସହ ଖାଇବା ଉଚିତ୍। କିଛି ଲୋକ ଏହାର ଚୋପା ଛଡ଼ାଇ ଖାଇଥାନ୍ତି। ଫଳରେ ଏଥିରେ ଥିବା ପୋଷକ ତତ୍ତ୍ବ କମ୍ ହୋଇଯାଇଥାଏ। ତେଣୁ ସେଓକୁ ଚୋପା ସହ ହିଁ ଖାଆନ୍ତୁ।

ଅଙ୍ଗୁର : ଅଙ୍ଗୁର ଚୋପାରେ ରହିଥିବା ପୋଷକ ତତ୍ତ୍ବ ହୃଦୟ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା କରିଥାଏ। ତେଣୁ ଅଙ୍ଗୁରକୁ ଚୋପା ସହ ଖାଇବା ଉଚିତ୍।

Comments are closed.