ଜାଣନ୍ତୁ, ତଳେ ବସି ଖାଇବା ଦ୍ୱାରା କି ଲାଭ ହୋଇଥାଏ

0

ଭାରତରେ ଭୂମିରେ ବସି ଖାଇବାର ପ୍ରଥା ଅନେକ ପୁରାତନ ଅଟେ। ଆଜିକାଲି ମଧ୍ୟ ଗାଁ ଗହଳିରେ ଲୋକମାନେ କାଠର ଛୋଟ ଛୋଟ ପିଢାରେ ବସି ଭୋଜନ କରିଥାନ୍ତି। ମାତ୍ର ସହରରେ ଅନେକ ଲୋକ ଡାଇନିଙ୍ଗ ଟେବୁଲରେ ବସି ଖାଇବାକୁ ପସନ୍ଦ କରିଥାନ୍ତି। ଆସନ୍ତୁ ଜାଣିବା ଭୂମିରେ ବସି ଖାଇବା ଦ୍ୱାରା କି ଲାଭ ହୋଇଥାଏ..
ଲୋକମାନେ ଭୂମିରେ ଚକା ପକାଇ ବସି ଭୋଜନ କରିଥାନ୍ତି। ଏପରି ଭୋଜନ କରିବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏହାଦ୍ୱାରା ପାଚନ ପ୍ରକ୍ରିୟା ସଠିକ ଭାବେ ହୋଇଥାଏ।
ତଳେ ବସି ଖାଇବା ବେଳେ ଏକ ମୁଦ୍ରାରେ ବସିଥାଉ। ଏହାଦ୍ୱାରା ଶରୀରକୁ ଶାନ୍ତି ମିଳିଥାଏ। ହାଡ ମଧ୍ୟ ଶକ୍ତ ହୋଇଥାଏ।ତଳେ ବସି ଖାଇବା ଦ୍ୱାରା ପାଚନ କ୍ରିୟା ପ୍ରାକୃତିକ ରୂପେ ହୋଇଥାଏ। ଏହାଦ୍ୱାରା ପାଚନ ରସ ଠିକ ରୂପେ ଖାଦ୍ୟକୁ ହଜମ କରିଥାଏ। ଏହା ସହ ତଳେ ବସି ଖାଇବା ଦ୍ୱାରା ଅନେକ ସକାରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ।
ତଳେ ବସି ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଏହା ସହ ଓଜନକୁ ନିୟନ୍ତ୍ରିତ କରି ରଖିଥାଏ।
ପରିବାରର ସଦସ୍ୟମାନେ ତଳେ ବସି ଏକାଠି ଖାଇବା ଦ୍ୱାରା ସମସ୍ତଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ହୋଇଥାଏ।ତଳେ ବସି ଖାଇବା ଦ୍ୱାରା ଶରୀରର ସନ୍ତୁଳନ ଠିକ ରହିଥାଏ। ଏହାଦ୍ୱାରା ବ୍ୟକ୍ତି ସୁନ୍ଦର ଦେଖା ଯାଇଥାଏ।
ତଳେ ବସି ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ ରୂପେ ହୋଇଥାଏ। ଏହା ଉଚ୍ଚ ରକ୍ତଚାପ ଭୋଗୁଥିବା ରୋଗୀଙ୍କ ପାଇଁ ଉତ୍ତମ ଅଟେ। ହୃଦଘାତ ହେବାର ସମ୍ଭାବନା ମଧ୍ୟ କମ ହୋଇଥାଏ।

Leave A Reply