ହେବ ନାହିଁ ଧନର ଅଭାବ ; ଆଲମିରାରେ ରଖନ୍ତୁ ଏହି ଜିନିଷ

ଘରର ଅନେକ ଜିନିଷ ମଧ୍ୟରୁ ଆଲମିରା ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଏହାକୁ ସଠିକ ସ୍ଥାନରେ ରଖିବା ଦ୍ୱାରା ଧନର ଅଭାବ ହୋଇନଥାଏ। ଏହାସହ ଘରର ଆଲମିରା ସହ ଜଡିତ କିଛି ବାସ୍ତୁ ଉପାୟ ମଧ୍ୟ ରହିଛି। ବାସ୍ତୁରେ ପ୍ରତ୍ୟେକ ଜିନିଷର କିଛି ନା କିଛି ନିୟମ ରହିଛି। ସେହି ନିୟମକୁ ପାଳନ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ହସଖୁସି ସର୍ବଦା ରହିଥାଏ। ଏପରି କିଛି ଜିନିଷ ରହିଛି, ଯାହାକୁ ଘରର ଆଲମିରାରେ ରଖିବା ଦ୍ୱାରା ଶୁଭଫଳ ପ୍ରାପ୍ତି ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହେବା ସହ ସୁଖସମୃଦ୍ଧି ଓ ଧନବୃଦ୍ଧି ହୋଇଥାଏ। ଜାଣନ୍ତୁ ସେହି ଜିନିଷ ବିଷୟରେ..
ଘରର ଆଲମିରାରେ ଟଙ୍କା ନିକଟରେ କୁବେରଙ୍କ ଯନ୍ତ୍ର ନିଶ୍ଚୟ ରଖନ୍ତୁ। ଏହାଦ୍ୱାରା ଧନବୃଦ୍ଧି ହୋଇଥାଏ।
ପଦ୍ମଫୁଲ ମା’ଲକ୍ଷ୍ମୀଙ୍କୁ ଖୁବ ପସନ୍ଦ। ତେଣୁ ଆଲମିରାରେ ପଦ୍ମଫୁଲ ରଖିବା ଦ୍ୱାରା ମା’ଙ୍କ କୃପା ସର୍ବଦା ରହିଥାଏ।
ବାସ୍ତୁ ଅନୁଯାୟୀ ଆଲମିରାରେ ଗୋଟା ହଳଦୀ ନିଶ୍ଚୟ ରଖନ୍ତୁ। ଏହାଦ୍ୱାରା ଲାଗି ରହିଥିବା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ।
ଏହି ହଳଦୀକୁ ସର୍ବଦା ହଳଦିଆ କପଡାରେ ବାନ୍ଧି ରଖନ୍ତୁ।
ଆଲମିରାରେ ଉତ୍ତର ଦିଗରେ ଏକ ଅଇନା ରଖନ୍ତୁ। ଏହାଦ୍ୱାରା ଆଦୌ ଧନର ଅଭାବ ହୋଇନଥାଏ।
ଆଲମିରାରେ ଲାଲ ରଙ୍ଗର କପଡା ନିଶ୍ଚୟ ରଖନ୍ତୁ।
ବାସ୍ତୁ ଅନୁଯାୟୀ ପଣ୍ଡିତଙ୍କ ପରାମର୍ଶ କ୍ରମେ ସଠିକ ଦିଗରେ ଆଲମିରା ରଖନ୍ତୁ।

Comments are closed.