ବାସ୍ତୁ ଦୋଷ ଦୂର କରିବା ପାଇଁ ସହାୟକ ଏହି ବାସ୍ତୁ ନିୟମ : ପାଳନ କଲେ ହେବେ ଲାଭବାନ

ବାସ୍ତୁଶାସ୍ତ୍ର ଅନୁଯାୟୀ, ବ୍ୟକ୍ତିଙ୍କ ସୁଖସମୃଦ୍ଧି ପାଇଁ , ଲାଗି ରହୁଥିବା ସମସ୍ୟାର କାରଣ ବାସ୍ତୁ ଦୋଷ। ବାସ୍ତୁ ଦୋଷ କାରଣରୁ ସୃଷ୍ଟି ହେଉଥିବା ସମସ୍ୟା ପାଇଁ ବ୍ୟକ୍ତି ଶାରିରୀକ ଓ ମାନସିକ ଭାବେ ଚିନ୍ତାଗ୍ରସ୍ତ ହୋଇଥାଆନ୍ତି। ମାତ୍ର କିଛି ସରଳ ଉପାୟ ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ…..
– ଘରେ ରାମାୟଣ ପାଠ କରନ୍ତୁ।
– ଘରର ମୁଖ୍ୟଦ୍ୱାରରେ ପ୍ରଭୁ ହନୁମାନଙ୍କ ସିନ୍ଦୂରରେ ସ୍ୱସ୍ତିକ ଚିହ୍ନ କରନ୍ତୁ।
– ଘରର ଐଶାନ୍ୟ କୋଣରେ ସଫାପାତ୍ରରେ ଜଳ ଭର୍ତି କରି ରଖନ୍ତୁ।
– ଘରର ରୋଷେଇ କକ୍ଷ ସଠିକ ସ୍ଥାନରେ କରନ୍ତୁ।
– ଘରେ ଶଙ୍ଖ ରଖନ୍ତୁ। ଘରର ସମ୍ମୁଖଭାଗକୁ ସଫା ରଖନ୍ତୁ।
– ଘରେ ଘୋଡ଼ାର ନାଲ ରଖନ୍ତୁ। ଏହା ନକରାତ୍ମକ ଶକ୍ତିକୁ ଦୂର କରିଥାଏ।
– ଘରର ଅଗଣାରେ ତୁଳସୀ ବୃକ୍ଷ ଓ ସମ୍ମୁଖ ଭାଗରେ କଦଳୀ ବୃକ୍ଷ ଲଗାନ୍ତୁ।
– ଘରର ମୁଖ୍ୟଦ୍ୱାରରେ ହଳଦୀରେ ଶୁଭ ଓ ଲାଭ ଲେଖନ୍ତୁ। ହଳଦୀରେ କିଛି ଜଳ ମିଶାଇ ଏକ ପାନପତ୍ର ଦ୍ୱାରା ସମ୍ପୂର୍ଣ୍ଣ ଘରେ ଛିଂଚନ କରନ୍ତୁ। ଏପରି କରିବା ଦ୍ୱାରା ଗୃହରେ ମା’ଲକ୍ଷ୍ମୀ ସର୍ବଦା ବାସ କରନ୍ତି।
– ଘରେ ପୂଜା କରିବା ସମୟରେ ସକାଳେ ଓ ସନ୍ଧ୍ୟାରେ ଶଙ୍ଖ ବଜାନ୍ତୁ ଓ ଭଗବାନଙ୍କ ନିକଟରେ ଦୀପ ଲଗାନ୍ତୁ।

Comments are closed.