ଗୃହରେ ସକରାତ୍ମକ ଶକ୍ତି ପାଇଁ କିଛି ସହଜ ଓ ସରଳ ଉପାୟ

ଜୀବନରେ ସକରାତ୍ମକ ଶକ୍ତିର ଖୁବ ଆବଶ୍ୟକତା ରହିଛି। ଏହି ସକରାତ୍ମକ ଶକ୍ତି ହିଁ ସୁଖଶାନ୍ତିର ମାଧ୍ୟମ। କାରଣ ଗୃହରେ ନକରାତ୍ମକ ଶକ୍ତିର ପ୍ରଭାବ ରହିଲେ ଏହାର କୁପ୍ରଭାବ ପରିବାରର ସମସ୍ତ ସଦସ୍ୟଙ୍କ ଉପରେ ପଡ଼ିଥାଏ। ତେଣୁ ଏହି ନକରାତ୍ମକ ଶକ୍ତି ଦୂର କରିବା ପାଇଁ କିଛି ସହଜ ଉପାୟ ବିଷୟରେ ଜାଣନ୍ତୁ …..
୧- ସପ୍ତାହକକୁ ଥରେ ଘରେ ନିଶ୍ଚେ ଝୁଣା ଧୂଆଁ ଦିଅନ୍ତୁ।
୨- ଘରେ ସୋରିଷ ତେଲ ଦୀପରେ ଲବଙ୍ଗ ପକାଇ ଲଗାନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
୩- ଘରର ମୁଖ୍ୟ ଦ୍ୱାରର ଭିତର କାନ୍ଥରେ ଘୋଡା଼ ନାଲ ରଖନ୍ତୁ। ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ।
୪ – ଘରର ମୁଖ୍ୟ ଦ୍ୱାରରେ ସିନ୍ଦୂରର ସ୍ୱସ୍ତିକ କରନ୍ତୁ। ଏପରି କରିବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ।
୫ – ଘରେ ଅଦରକାରୀ ଜିନିଷକୁ ଏକାଠି ହେବାକୁ ଦିଅନ୍ତୁ ନାହିଁ।
୬ – ଘର ଭିତରେ ଯଦି ପାଣି ଟାଙ୍କି ରହିଛି, ତେବେ ଏଥିରେ ଏକ ଚାନ୍ଦି ଟଙ୍କା କିମ୍ବା କଇଁଛ ରଖନ୍ତୁ।
୭- ଘରେ ଗୋଲ ଆକାର ସାଜସଜ୍ଜା ଦ୍ରବ୍ୟ ରଖିବା ଶୁଭ।
୮ – ଘରର ଅଗଣାରେ ତୁଳସୀ ବୃକ୍ଷ ନିଶ୍ଚୟ ଲଗାନ୍ତୁ।
୯ – ଘରର ବୈଠକ କକ୍ଷରେ ସବୁଜ ଶ୍ୟାମଳା ଭରା ଚିତ୍ର ଲଗାନ୍ତୁ।
୧୦ – ଘରର ଉତ୍ତର ଦିଗ କୁବେରଙ୍କ ସ୍ଥାନ, ତେଣୁ ଏହାକୁ ସର୍ବଦା ସ୍ୱଚ୍ଛ ରଖନ୍ତୁ।
୧୧ – ଅଟା ପେଷିବାକୁ ନେଉଥିବା ସମୟରେ ଏଥିରେ କିଛି ତୁଳସୀ ପକାନ୍ତୁ।
୧୨- ତାୱାରେ ରୁଟି କରିବା ପୂର୍ବରୁ ଏଥିରେ ସାମାନ୍ୟ କ୍ଷୀର ଛିଟା ପକାନ୍ତୁ। ଏହା ଖୁବ ଶୁଭ ବୋଲି କୁହାଯାଏ।
୧୩ – ଶୁଖିଯାଇଥିବା ଫୁଲକୁ ଘରେ ଆଦୌ ରଖନ୍ତୁ ନାହିଁ।
୧୪ – ଘରର ପ୍ରତ୍ୟେକ ଦରଜା ଭିତର ଆଡ଼କୁ ଖୋଲି ହେଉଥିବା ଆବଶ୍ୟକ। ଏହା ଦ୍ୱାରା ଘରେ ସର୍ବଦା ସକରାତ୍ମକ ଶକ୍ତି ରହିଥାଏ।

Comments are closed.