ଆଜି ଇଷ୍ଟର, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଡେସ୍କ: ବିଶ୍ୱବ୍ୟାପି ଆଜି ଇଷ୍ଟର ପର୍ବ ପାଳନ କରାଯାଉଛି। ଏଥିପାଇଁ ଚର୍ଚ୍ଚ ଗୁଡ଼ିକରେ ସ୍ୱତନ୍ତ୍ର ପ୍ରାର୍ଥନା ଅନୁଷ୍ଠିତ ହେଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଏକ ଟ୍ୱିଟ୍‍ ବାର୍ତ୍ତାରେ ରାମନାଥ କୋବିନ୍ଦ କହିଛନ୍ତି, ପ୍ରେମ, ବଳୀଦାନ ଓ କ୍ଷମାର ପଥ ଅନୁସରଣ କରିବାକୁ ଇଷ୍ଟର ଲୋକମାନଙ୍କୁ ଅନୁପ୍ରାଣିତ କରିଥାଏ। ଯୀଶୁଖ୍ରୀଷ୍ଟଙ୍କ ଜୀବନୀରୁ ଶିକ୍ଷା ଲାଭ କରି ମାନବ ଜାତିର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ଇଷ୍ଟର ପର୍ବ ଦେଶବାସୀଙ୍କ ମଧ୍ୟରେ ଏକତାର ଭାବନା ଜାଗ୍ରତ କରୁ ଓ ଦେଶର ସମୃଦ୍ଧି ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରନ୍ତୁ ବୋଲି ରାଷ୍ଟ୍ରପତି କାମନା କରିଛନ୍ତି।

ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟା ନାଇଡୁ କହିଛନ୍ତି, ଇଷ୍ଟର ପର୍ବ ମନେ ପକାଇଦିଏ ପ୍ରେମ, ଘୃଣାଠାରୁ ଶକ୍ତିଶାଳୀ ଓ ସୁଗୁଣ ଦୁର୍ଗଣ ଉପରେ ସର୍ବଦା ବିଜୟଲାଭ କରିଥାଏ। ଏହି ପର୍ବ ସମଗ୍ର ମାନବ ଜାତି ପ୍ରତି ସଂବେଦନଶୀଳ ଭାବ ପୋଷଣ କରିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି। ଉପରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି ଯେ ଏହି ପବିତ୍ର ଦିବସ ସଭିଙ୍କ ଜୀବନରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଆଣିଦେଉ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଇଷ୍ଟର ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ, ଯୀଶୁଖ୍ରୀଷ୍ଟଙ୍କ ଆଦର୍ଶ ଓ ସାମାଜିକ ନ୍ୟାୟ ସହିତ କରୁଣା ଉପରେ ତାଙ୍କର ଗୁରୁତ୍ୱକୁ ଆମେ ମନେ ପକାଉଛୁ। ଆମ ସମାଜରେ ଖୁସି ଓ ଭାଇଚାରାର ଭାବନା ଅତୁଟ ରହୁ।

Comments are closed.