୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନରେ ଅଣସଂରକ୍ଷିତ ଟିକେଟରେ ଯାତ୍ରା

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ଅଣସଂରକ୍ଷିତ କୋଚରେ ଅଣସଂରକ୍ଷିତ ଟିକେଟ୍ ଦ୍ୱାରା ଯାତ୍ରା ଉପଲବ୍ଧ କରାଇବାପାଇଁ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନଭେମ୍ବର ମାସ ପହିଲା ଠାରୁ ପୂର୍ବ ତଟ ରେଳପଥ ଛଅ ଯୋଡ଼ା ସ୍ୱତନ୍ତ୍ର ଟ୍ରେନରେ ଥିବା ସମ୍ପୂର୍ଣ ସଂରକ୍ଷିତ କୋଚଗୁଡିକ ମଧ୍ୟରୁ ପ୍ରତ୍ୟକ ତିନିଟି ଲେଖାଏଁ କୋଚକୁ ଅଣସଂରକ୍ଷିତ କରାଯାଇଛି ଏବଂ ଏହା ସହିତ ଗାର୍ଡ ତଥା ଲଗେଜ ଭ୍ୟାନ କୋଚଗୁଡିକୁ ମଧ୍ୟ ଅଣସଂରକ୍ଷିତ ଯାତ୍ରା ପାଇଁ ଉପଲବ୍ଧ କରାଯାଇଅଛି। ଏହି ଟ୍ରେନ୍ ଗୁଡିକରେ ଅଣସଂରକ୍ଷିତ ମେଲ୍/ଏକ୍ସପ୍ରେସ୍ ଭଡା ଆଦାୟ ହେବ।

ଏହି ଟ୍ରେନ୍ ଗୁଡିକ ହେଉଛି ୦୮୩୦୧/୦୮୩୦୨ ସମ୍ବଲପୁର-ରାୟାଗଡା-ସମ୍ବଲପୁର ବିଶେଷ ଟ୍ରେନ, ୦୮୫୬୯/୦୮୫୭୦ ଭୁବନେଶ୍ୱର-ବିଶାଖାପାଟନମ୍-ଭୁବନେଶ୍ୱର ଇଣ୍ଟର ସିଟି ବିଶେଷ ଟ୍ରେନ, ୦୮୪୧୭/୦୮୪୧୮ ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନ, ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ବିଶେଷ ଟ୍ରେନ, ୦୮୫୦୭/୦୮୫୦୮ ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ବିଶେଷ ଟ୍ରେନ ଓ ୦୮୪୩୩/୦୮୪୩୪ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ବିଶେଷ ଟ୍ରେନ।

ସମ୍ବଲପୁର-ରାୟାଗଡା-ସମ୍ବଲପୁର ସ୍ପେଶାଲ୍ ରେ କୋଚ୍ ନମ୍ବର ଡ଼ି୭, ୮ ଏବଂ ୯, ଭୁବନେଶ୍ୱର-ବିଶାଖାପାଟନମ୍-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲରେ କୋଚ୍ ନମ୍ବର ଡ଼ି୫, ୬ ଏବଂ ୭, ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନରେ କୋଚ୍ ନମ୍ବର ଡ଼ି୫, ୬ ଏବଂ ୭, ଭୁବନେଶ୍ୱର-ବାଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲରେ କୋଚ୍ ନମ୍ବର ଡ଼ି୪, ୫ ଏବଂ ୬, ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ସ୍ପେଶାଲରେ କୋଚ୍ ନମ୍ବର ଡ଼ି୮, ୯ ଏବଂ ୧୦ ଏବଂ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ପେଶାଲରେ କୋଚ୍ ନମ୍ବର ଡ଼ି୭, ୮ ଏବଂ ୯କୁ ଅଣସଂରକ୍ଷିତ କୋଚରେ ପରିଣତ କରାଯାଇଛି।

ଏହି ଟ୍ରେନଗୁଡିକ ସହିତ ତିନି ଯୋଡ଼ା ସ୍ୱତନ୍ତ୍ର ଟ୍ରେନକୁ ସଂପୂର୍ଣ୍ଣ ଅଣସଂରକ୍ଷିତ ଟ୍ରେନ୍ ଭାବରେ ନଭେମ୍ବର ମାସ ପହିଲା ଠାରୁ ଚଳାଚଳ କରାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ସେହି ଟ୍ରେନ୍ ଗୁଡିକ ହେଉଛି ୦୮୫୩୧/୦୮୫୩୨ ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ବିଶେଷ ଟ୍ରେନ, ୦୮୪୧୪/୦୮୪୧୩ ପୁରୀ-ପାରାଦୀପ-ପୁରୀ ବିଶେଷ ଟ୍ରେନ ଓ ୦୮୪୨୩/୦୮୪୨୪ ଭୁବନେଶ୍ୱର-ନୟାଗଡ଼ ଟାଉନ୍-ଭୁବନେଶ୍ୱର ବିଶେଷ ଟ୍ରେନ।

Comments are closed.