ପୂର୍ବତଟ ରେଳପଥ ମଧ୍ୟରେ ଚାଲିବ ୭ ଯୋଡ଼ା ପୂଜା ସ୍ୱତନ୍ତ୍ର ଟ୍ରେନ

ରେଳ ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଏହି ପାର୍ବଣ ଋତୁରେ ଯାତ୍ରୀମାନଙ୍କ ଅତିରିକ୍ତ ଭିଡ଼କୁ ଦୂର କରିବା ପାଇଁ ଭାରତୀୟ ରେଳବାଇ ଚଳିତ ବର୍ଷ ଦୁର୍ଗା ପୂଜା ଠାରୁ ଛଟ ପୂଜା ପର୍ଯ୍ୟନ୍ତ ୧୧୦ଟି ସ୍ୱତନ୍ତ୍ର ଟ୍ରେନର ୬୬୮ଟି ଟ୍ରିପ ଯାତ୍ରା କରାଉଛି। ଏହା ବ୍ୟତୀତ ନିୟମିତ ଟ୍ରେନରେ କୋଚମାନଙ୍କର ବୃଦ୍ଧି ଏବଂ ବର୍ଥ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରାଯାଉଛି। ରେଳ ସେକ୍ଟରରେ ଦେଶର ପ୍ରମୁଖ ଗନ୍ତବ୍ୟସ୍ଥଳକୁ ସଂଯୋଗ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଯୋଜନା କରାଯାଇଛି।

ମୋଟାମୋଟି ସାତ ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମାରୁ ଏବଂ ଏହା ମଧ୍ୟଦେଇ ଚଳାଚଳ କରୁଅଛି। ଏହି ଟ୍ରେନ୍ ଗୁଡିକ ହେଉଛି ୦୮୫୭୯/୦୮୫୮୦ ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍, ୦୮୫୮୩/୦୮୫୮୪ ବିଶାଖାପାଟନମ୍-ତିରୁପତି-ବିଶାଖାପାଟନମ୍ ସ୍ପେଶାଲ୍, ୦୮୫୮୫/୦୮୫୮୬ ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍, ୦୮୪୩୯/୦୮୪୪୦ ପୁରୀ-ପାଟଣା-ପୁରୀ ସ୍ପେଶାଲ, ୦୮୧୭୯/୦୮୧୮୦ ହାଓଡ଼ା-ପୁରୀ-ହାଓଡ଼ା ସ୍ପେଶାଲ, ୦୮୧୯୭/୦୮୧୯୮ ଟାଟା-କାଚେଗୁଡା-ଟାଟା ସ୍ପେଶାଲ୍ ଏବଂ ୦୬୦୩୬/୦୬୦୩୫ ଚେନ୍ନାଇ ସେଣ୍ଟ୍ରାଲ୍-ସାନ୍ତ୍ରାଗଛି-ଚେନ୍ନାଇ ସେଣ୍ଟ୍ରାଲ୍ ସ୍ପେସିଆଲ୍। ଏହା ବ୍ୟତୀତ ଯାତ୍ରୀମାନଙ୍କ ସୁବିଧା ପାଇଁ ଦେଶର ଗୁରୁତ୍ୱପୂର୍ଣ୍ଣ ସହରଗୁଡ଼ିକୁ ସଂଯୋଗ କରୁଥିବା ଅନେକ ସ୍ୱତନ୍ତ୍ର ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଚଳାଚଳ କରୁଛି।

ସଂରକ୍ଷିତ କୋଚରେ ଯାତ୍ରୀଙ୍କ କ୍ରମାଗତ ଭାବରେ ପ୍ରବେଶ ପାଇଁ ଆରପିଏଫ କର୍ମଚାରୀଙ୍କ ତତ୍ୱାବଧାନରେ ଟର୍ମିନାସ ଷ୍ଟେସନରେ ଧାଡି ଗଠନ କରି ଭିଡ଼ ନିୟନ୍ତ୍ରଣ ପଦକ୍ଷେପ ନିଶ୍ଚିତ କରାଯାଉଛି। ଯାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରମୁଖ ଷ୍ଟେସନରେ ଅତିରିକ୍ତ ଆରପିଏଫ୍ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଟ୍ରେନଗୁଡିକର ସୁଗମ ଚାଲିବା ନିଶ୍ଚିତ କରିବାକୁ ପ୍ରମୁଖ ଷ୍ଟେସନରେ ଜରୁରୀକାଳୀନ ଡ୍ୟୁଟିରେ ଅଧିକାରୀ ନିୟୋଜିତ ହୋଇଛନ୍ତି। ପ୍ରାଥମିକତା ଉପରେ ଟ୍ରେନ୍ ସେବାରେ ଯେପରି କୌଣସି ପ୍ରକାର ବ୍ୟାଘାତ ନ ଘଟେ ସେଥିପାଇଁ କର୍ମଚାରୀମାନଙ୍କୁ ବିଭିନ୍ନ ବିଭାଗରେ ନିୟୋଜିତ କରାଯାଇଛି।

ପ୍ଲାଟଫର୍ମ ନମ୍ବର ସହିତ ଟ୍ରେନର ଆଗମନ / ପ୍ରସ୍ଥାନ ବିଷୟରେ ବାରମ୍ବାର ଏବଂ ସମୟାନୁବର୍ତ୍ତୀ ଘୋଷଣା ପାଇଁ ପଦକ୍ଷେପ ନିଆଯାଇଛି। “ମୁଁ ଆପଣଙ୍କୁ ସାହାଯ୍ୟ କରିପାରେ କି” ବୁଥଗୁଡିକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ କାର୍ଯ୍ୟକ୍ଷମ ରଖାଯାଇଅଛି ଯେଉଁଠାରେ ଯାତ୍ରୀମାନଙ୍କ ଉପଯୁକ୍ତ ସହାୟତା ଏବଂ ମାର୍ଗଦର୍ଶନ ପାଇଁ ଆରପିଏଫ୍ କର୍ମଚାରୀ ଏବଂ ଟିଟିଇଗୁଡିକ ନିୟୋଜିତ ହୋଇଛନ୍ତି। ଯୋଗାଯୋଗ ମାଧ୍ୟମରେ ମେଡିକାଲ ଟିମ୍ ପ୍ରମୁଖ ଷ୍ଟେସନରେ ଉପଲବ୍ଧ ହେବାପାଇଁ ବ୍ୟବସ୍ଥା କରାଯାଇଛି।ପାରାମେଡିକାଲ୍ ଟିମ୍ ସହିତ ଆମ୍ବୁଲାନ୍ସ ମଧ୍ୟ ଉପଲବ୍ଧ କରାଯାଇଛି।

ସୁରକ୍ଷା ଏବଂ ସତର୍କତା ବିଭାଗ କର୍ମଚାରୀଙ୍କ ଦ୍ୱାରା ଯେକୌଣସି ଅପବ୍ୟବହାର ଉପରେ ନଜର ରଖାଯାଇଅଛି ଯାହାଦ୍ୱାରା ବେଆଇନ କାର୍ଯ୍ୟକଳାପ ଇତ୍ୟାଦିକୁ ପ୍ରଶମିତ କରାଯାଇହେବ। ୱେଟିଂ ହଲ୍, ରିଟାୟାରିଂ ରୁମ, ବିଶେଷ ଭାବରେ ଯାତ୍ରୀଙ୍କ ସୁବିଧା କ୍ଷେତ୍ର ଏବଂ ସାଧାରଣତ ଷ୍ଟେସନରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ବିଶେଷ ଧ୍ୟାନଦେବାକୁ ପଦକ୍ଷେପମାନ ଗ୍ରହଣ କରାଯାଇଛି।

Comments are closed.