ମେକ୍ସିକୋରେ ଭୂକମ୍ପ ଝଟକା ; ୨ ମୃତ

ମେକ୍ସିକୋ : ମେକ୍ସିକୋର ରାଜଧାନୀରେ ଭୂକମ୍ପର ଝଟକା। ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୬.୮ ରେକର୍ଡ କରାଯାଇଛି। ଭୂକମ୍ପ କାରଣରୁ ଅନେକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି। ଏହାସହ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ଖବର ମିଳିଛି। ଭୂକମ୍ପର କେନ୍ଦ୍ର ପଶ୍ଚିମ ମିଚୋଆକନରେ ପ୍ରଶାନ୍ତ ତଟ ନିକଟରେ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ନିକଟରେ ୨୪.୧ କିମି ଗଭୀର ଥିଲା। ଏହାର ୩ ଦିନ ପୂର୍ବରୁ ମଧ୍ୟ ମେକ୍ସିକୋରେ ୭.୬ ତିବ୍ରତାର ଭୂକମ୍ପରେ ମଧ୍ୟ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସମ୍ପୂର୍ଣ୍ଣ ମିଚୋଆକନରେ ପ୍ରାନ୍ତରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ଏହାସହ କିଛି ସ୍ଥାନରେ ଅଟ୍ଟାଳିକା କ୍ଷତିଗ୍ରସ୍ତ ହେବା ସହ ରାଜମାର୍ଗରେ ଭୂସ୍ଖଳନ ହେବା ନେଇ ସୂଚନା ମିଳିଛି।

Comments are closed.