ଦକ୍ଷିଣ ପ୍ରଶାନ୍ତ ମହାସାଗରର ବାନୁଅତୁ ଦ୍ୱୀପରେ ଭୂକମ୍ପର ଝଟକା

ୱାଂଶିଟନ : ପ୍ରଶାନ୍ତମହାସାଗରରେ ନିକଟରେ ୭.୭ ତ୍ରିବତାରେ ଭୂକମ୍ପର ଝଟକା ଅନୁଭବ ହେବା ପରେ ମଙ୍ଗଳବାର ପୁଣି ଆଉ ଏକ ଭୂକମ୍ପର ଝଟକା ଅନୁଭବ ହୋଇଛି। ଦକ୍ଷିଣ ପ୍ରଶାନ୍ତ ମହାସାଗରର ବାନୁଅତୁ ଦ୍ୱୀପରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ଏହାର ତିବ୍ରତା ୬.୨ ଥିବା ରିକ୍ଟର ସ୍କେଲରେ ରେକର୍ଡ଼ କରାଯାଇଛି। ଭୂକମ୍ପର ଝଟକା ନେଇ ଆମେରିକାର ଭୂତତ୍ତ୍ୱ ସମ୍ବନ୍ଧୀୟ ଗବେଷଣା କେନ୍ଦ୍ର ( ଜିୟୋଲୋଜିକାଲ ସର୍ଭେ) ଏନେଇ ସୂଚନା ଦେଇଛି। ତେବେ ଏହି ଭୂକମ୍ପରେ ଧନଜୀବନ ହାନି ହୋଇଥିବା ନେଇ କୌଣସି ଖବର ମିଳିନାହିଁ। ପ୍ରଶାନ୍ତମହାସାଗରରେ ଆସିଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ବାନୁଅତୁର ଶେଫା ପ୍ରଦେଶ ଥିଲା ବୋଲି ଜଣାପଡ଼ିଛି। ଭୂକମ୍ପ ଭୂମି ଠାରୁ ପ୍ରାୟ ୧୪ କିଲୋମିଟର ଗଭୀରକୁ ଅନୁଭବ ହୋଇଛି ବୋଲି କୁହାଯାଉଛି।

Comments are closed.