ଭୂକମ୍ପରେ ଥରିଲା ଜାପାନ ; ତୀବ୍ରତା ୬.୧

ଟୋକିଓ : ଜାପାନ ଓ ତାଇବାନରେ ଆଜି ଭୀଷଣ ଭୂକମ୍ପ ଝଟକା ଅନୁଭବ ହୋଇଛି। ଦୁଇଟି ସ୍ଥାନରେ ଭୂକମ୍ପର ତୀବ୍ରତା ୬ ରୁ ଅଧିକ ରେକର୍ଡ କରାଯାଇଛି। ଇଏମଏସସି (ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର) ଅନୁଯାୟୀ, ଆଜି ସକାଳ ୧୧ଟା୫୩ରେ ଜାପାନର ୟୋନାଗୁନୀରୁ ୬୮ କିମି ଉତ୍ତର ପଶ୍ଚିମରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଦୁଇଟି ସ୍ଥାନରେ କୌଣସି ଧନଜୀବନ ହାନୀ ହୋଇନାହିଁ ବୋଲି ଜଣାପଡିଛି। ଭୂକମ୍ପର ପ୍ରଭାବରେ ରାଜଧାନୀ ତାଇପେରେ ଅନେକ ଅଟ୍ଟାଳିକାରେ କମ୍ପନ ସୃଷ୍ଟି କରିଥିଲା।

Comments are closed.