ଭୂକମ୍ପରେ ଥରିଲା ଓଡିଶା ; ତିବ୍ରତା ୩.୫

ଭୁବନେଶ୍ୱର : ଆଜି ରାଜ୍ୟର ୪ ଜିଲାରେ ଦିନ ୧୧ଟା୧୯ରେ ଭୂମିକମ୍ପ ଅନୁଭବ ହୋଇଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଗଞ୍ଜାମ,ନାୟଗଡ,ଫୁଲବାଣୀ ଓ ବୌଦ୍ଧରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏହାର ତିବ୍ରତା ୩.୫ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ନୟାଗଡ ଓ ଗଞ୍ଜାମ ଜିଲାର ମଧ୍ୟବର୍ତ୍ତୀ ଅଞ୍ଚଳ ବୋଲି ଜଣାପଡିଛି। ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ଏଯାଏଁ ସୂଚନା ମିଳିନାହିଁ।

Comments are closed.