ଭୂକମ୍ପରେ ଥରିଲା ନିମାର

ଭୋପାଳ : ଇନ୍ଦୌରରୁ ୧୨୫ କି.ମି ଦୂର ନିମାରରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ସୂଚନା ଅନୁଯାୟୀ, ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଛି। ଆଜି ସକାଳ ପ୍ରାୟ ୪ଟା ୫୩ରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଭୂକମ୍ପର କେନ୍ଦ୍ର ନିମାର କ୍ଷେତ୍ର ବୋଲି କୁହାଯାଉଛି। ଭୂକମ୍ପର ଝଟକା ନିମାର ସହ ଅନ୍ୟ ଆଖପାଖ ଅଞ୍ଚଳରେ ମଧ୍ୟ ଅନୁଭବ ହୋଇଛି। ଝଟକା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ। ଏଯାଏଁ ଭୂକମ୍ପରେ କୌଣସି ଧନଜୀବନ ହାନୀ ହୋଇନଥିବା ନେଇ ସୂଚନା ମିଳିଛି।

 

Comments are closed.