ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ

ସୁନାମି ପାଇଁ ସତର୍କ ସୂଚନା ଜାରି

ଜକର୍ତ୍ତା : ମଙ୍ଗଳବାର ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ ହୋଇଛି। ଏହା ପରେ ସୁନାମି ଚେତାବନୀ ଦିଆଯାଇଛି। ମଙ୍ଗଳବାର ଦିନ ଇଣ୍ଡୋନେସିଆର ମାଉମେରର ୯୫ କିଲୋମିଟର ଉତ୍ତର-ପୂର୍ବରେ ଥିବା ନ୍ୟୁସା ଟେଙ୍ଗଗାରା ରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ରିକ୍ଟେର ସ୍କେଲରେ ଏହାର ତିବ୍ରତା ୭.୭ ରେକର୍ଡ଼ କରାଯାଇଛି। ୟୁଏସଜିଏସ ସୂଚନା ଅନୁଯାୟୀ ସୁନାମି ପାଇଁ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ଅନୁଯାୟୀ, ଭୂକମ୍ପର କେନ୍ଦ୍ର ପାଞ୍ଚ କିଲୋମିଟର ଗଭୀରରେ ଥିଲା । ସର୍ବଶେଷ ସୂଚନା ଅନୁଯାୟୀ, ଏପର୍ୟ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ। ଏହାପୂର୍ବରୁ ଡିସେମ୍ବର ୫ ରେ ଇଣ୍ଡୋନେସିଆର ଟୋବେଲୋ ଠାରୁ ୨୫୯ କିଲୋମିଟର ଦୂରରେ ଉତ୍ତର ଦିଗରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬.୦ ରେକର୍ଡ କରାଯାଇଥିଲା ।

 

Comments are closed.