ମୁମ୍ବଇରେ ପୁଣି ଭୂକମ୍ପ ଝଟକା ; ରିକ୍ଟର ସ୍କେଲରେ ତିବ୍ରତା ୩.୫ ରେକର୍ଡ଼

ମୁମ୍ବଇ : ମହାରାଷ୍ଟ୍ରରେ ଲଗାତାର ଭୂକମ୍ପର ଝଟକା ଅନୁଭବ ହେଉଛି। ଆଜି ପୁଣି ମୁମ୍ବଇରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏନସିଏସଙ୍କ ସୂଚନା ଅନୁଯାୟୀ, ଭୋର ୫ଟା ୩୦ ମଧ୍ୟରେ ଭୂକମ୍ପ ଅନୁଭବ ହେବା ସହ ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୩.୫ ରେକର୍ଡ଼ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ମୁମ୍ବଇର ଉତ୍ତରଦିଗରେ ୯୮ କିଲୋମିଟର ଦୂର ଥିଲା ବୋଲି ଜଣାପଡ଼ିଛି।
ଏହାସହ ଶୁକ୍ରବାର ସକାଳ ୭ଟା୬ରେ ନାସିକ ନିକଟରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୬ ରେକର୍ଡ଼ କରାଯାଇଛି।