ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ପିଥୋରାଗଡ ଓ ବାଗେଶ୍ୱର ଜିଲାରେ ଆଜି ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୭ ରେକର୍ଡ କରାଯାଇଛି। ପିଥୋରାଗଡ ଜିଲାର ନାଚନୀ କ୍ଷେତ୍ର ଓ ବାଗେଶ୍ୱରରେ ଆଜି ଦ୍ୱିପ୍ରହରରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ମୁନ୍ସୟାରୀ କୁହାଯାଉଥିବା ବେଳେ ଏହାର ଗଭୀରତା ୧୦ କିମି କୁହାଯାଉଛି। ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ସୂଚନା ମିଳି ନାହିଁ।

Comments are closed.