ଦିଲ୍ଲୀ, ଅରୁଣାଞ୍ଚଳପ୍ରଦେଶ ସମେତ ମଣିପୁରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଆଜି ଭୂକମ୍ପ ଝଟକା ଅନୁଭବ ହୋଇଛି। ଦିଲ୍ଲୀର ପଞ୍ଜାବୀବାଗ୍‍ ରେ ୧୨ଟା ୦୨ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ଝଟକା ଅନୁଭବ ହେବା ମାତ୍ରେ ପ୍ରଥମେ ଲୋକେ ନିଜ ଘରୁ ବାହାରୁ ପଳାଇ ଆସିଥିଲେ। ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୧ ରେକର୍ଡ କରାଯାଇଛି।
ଏନସିଏସ ସୂଚନା ଅନୁଯାୟୀ, ଏଥିରେ ଏଯ।ଏଁ କୌଣସି ଧନଜୀବନ ହାନି ହୋଇ ନାହିଁ।
ଏହାପୂର୍ବରୁ ଅରୁଣାଞ୍ଚଳ ପ୍ରଦେଶ ଓ ମଣିପୁରରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଛି। ଅରୁଣାଞ୍ଚଳ ପ୍ରଦେଶରେ ୧ଟା୦୨ରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୧ ରେକର୍ଡ କରାଯାଇଛି।
ସେହିପରି ମଣିପୁରରେ ଭୂକମ୍ପର ତିବ୍ରତା ୩.୬ ରେକର୍ଡ କରାଯାଇଛି।

 

Comments
Loading...