ନ୍ୟୁଜିଲ୍ୟାଣ୍ଡ, ହିମାଚଳପ୍ରଦେଶରେ ଭୂକମ୍ପ ଝଟକା

ନ୍ୟୁଜିଲ୍ୟାଣ୍ଡ : ନ୍ୟୁଜିଲ୍ୟାଣ୍ଡର ଉତ୍ତର ଦ୍ୱୀପର ପୂର୍ବ ତଟରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ସୂଚନା ଅନୁଯାୟୀ, ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୬ ରେକର୍ଡ କରାଯାଇଛି।
ସେହିପରି ହିମାଚଳପ୍ରଦେଶର ଚମ୍ବା ଓ ଲାହୌଲ-ସ୍ମିତି ଜିଲାରେ ଗତକାଲି ବିଳମ୍ବିତ ରାତିରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ଚମ୍ବାରେ ରାତି ୨ଟା୦୧ରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୪ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ଭୂମିରୁ ୧୪ କିଲୋମିଟର ଗଭୀର ବୋଲି ଖବର ମିଳିଛି।
ଲାହୌଲ-ସ୍ମିତିରେ ରାତି ପ୍ରାୟ ୩ଟା୩୯ରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ଏହାର ତିବ୍ରତା ୨.୮ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ଭୂମିରୁ ୫ କିଲୋମିଟର ଗଭୀର ବୋଲି ଜଣାପଡ଼ିଛି। ଏହି ଭୂକମ୍ପରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ସୂଚନା ମିଳି ନାହିଁ।

Comments are closed.