ପୁଣି ଭୂମିକମ୍ପ: ତ୍ରିପୁରାରେ ରିକ୍ଟର ସ୍କେଲରେ ୨.୮ ରେକର୍ଡ଼

କରୋନା କାଳରେ ଭାରତରେ ଘଟୁଛି ଘନଘନ ଭୂମିକମ୍ପ । ଗୁରୁବାର ଅପରାହ୍ନରେ ଭାରତ-ବାଂଲାଦେଶ ସୀମାନ୍ତବର୍ତୀ ତ୍ରିପୁରାରେ ୨.୮ ତୀବ୍ରତାର ଭୂମିକମ୍ପ ରେକର୍ଡ଼ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ଧର୍ମାନଗରଠାରୁ ୬୩ କିଲୋମିଟର ଉତ୍ତର-ପୂର୍ବରେ ଭୂକମ୍ପର କେନ୍ଦ୍ରସ୍ଥଳ ସୃଷ୍ଟି ହୋଇଥିଲା । ତେବେ ଭୂକମ୍ପରେ କ୍ଷୟକ୍ଷତି ଜନିତ କୌଣସି ସୂଚନା ମିଳିନାହିଁ। ଆଜି ଅପରାହ୍ନ ୩ଟା ୪୮ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି ।

ଅନୁରୂପ ଭାବରେ ମଙ୍ଗଳବାର ଦିନ ୧.୪୭ ମିନିଟରେ ମିଆଁମାର-ଭାରତ ସୀମାନ୍ତରେ ୩.୭ ତୀବ୍ରତା, ଦିନ ୧୧.୫୮ ମିନିଟରେ ମହାରାଷ୍ଟ୍ରରେ ୩.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବାବେଳେ ୨୨ ତାରିଖରେ ଓଡ଼ିଶାର ରାୟଗଡ଼ାରେ ଦିନ ୧୧.୦୯ ମିନିଟ୍ରେ ୩.୬ ତୀବ୍ରତାର ଭୂକମ୍ପ ହୋଇଥିବା ରେକର୍ଡ଼ କରାଯାଇଛି । 
ଗତ ପ୍ରାୟ ୧ ମାସ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ଶହେଥରରୁ ଅଧିକ ଭୂମିକମ୍ପ ଘଟିଥିବା ରେକର୍ଡ଼ କରାଯାଇଛି । ଏହାମଧ୍ୟରୁ ଅଧିକାଂଶ ଉତ୍ତରଭାରତ ଓ ଉତ୍ତର-ପୂର୍ବ ଭାରତରେ ଘଟିଥିବା ସୂଚନା ମିଳିଛି ।

Comments are closed.