ମିଜୋରାମରେ ଭୂକମ୍ପ ; ରିକ୍ଟରସ୍କେଲରେ ତୀବ୍ରତା ୫.୩

ନୂଆଦିଲ୍ଲୀ : ସୋମବାର ଭୋର ସମୟରେ ମିଜୋରାମରେ ଭୂମିକମ୍ପ ଅନୁଭବ ହୋଇଛି। ରିକ୍ଟରସ୍କେଲରେ ଏହାର ତିବ୍ରତା ୫.୩ ବୋଲି ଜଣାପଡ଼ିଛି। ଭୂକମ୍ପ ପ୍ରଭାବରେ କେତେକ ସ୍ଥାନରେ ଅନେକ ଘର ଓ ରାସ୍ତାଘାଟ ସହ କେତେକ ସ୍ଥାନରେ ଜାତୀୟ ରାଜପଥରେ ଫାଟ ସୃଷ୍ଟି ହୋଇଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି।ଏହି ଭୂକମ୍ପର ଉତ୍ପତିସ୍ଥଳ ଭାରତ-ମିଆଁମାର ସୀମାନ୍ତ ଅନ୍ତର୍ଗତ ଚମ୍ଫାଇ ଜିଲାର ଜୋଖଟଥର। ଭୂକମ୍ପଜନିତ କ୍ଷୟକ୍ଷତିର ଭରଣା ପାଇଁ କେନ୍ଦ୍ରସରକାର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମିଜୋରାମର ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସୂଚନା ମିଳିଛି।

Comments are closed.