ମହାରାଷ୍ଟ୍ରରେ ଭୂକମ୍ପ; କ୍ଷୟକ୍ଷତିର ସୂଚନା ନାହିଁ

ମହାରାଷ୍ଟ୍ରର ଆକୋଲାଠାରୁ ୧୨୯ କିଲୋମିଟର ଦକ୍ଷିଣରେ ୩.୩ ସାନ୍ଧ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଆଜି ସନ୍ଧ୍ୟା ୫ଟା ୨୮ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି।

ତେବେ ଏଥିରେ କେହି ଆହତ କିମ୍ବା କ୍ଷୟକ୍ଷତି ହୋଇଥିବା ଖବର ମିଳିନାହିଁ।

ପୂର୍ବରୁ ସୋମବାର ଦିନ ମିଜୋରାମରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ଫଳରେ କେତେକ ସ୍ଥାନରେ କୋଠା ଓ ରାସ୍ତାରେ ଫାଟ ସୃଷ୍ଟି ହୋଇଥିଲା। ଏହି ଭୂକମ୍ପର ଗଭୀରତା ପ୍ରାୟ ୨୦ କିଲୋମିଟର ଓ ୫.୧ ସାନ୍ଧ୍ରତା ବିଶିଷ୍ଟ ଥିଲା। ଜୁନ୍ ୧୮ରେ ମଧ୍ୟ ଅନ୍ୟ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।

ସୋମବାର ଓଡିଶାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ରିଚ୍ଟର ସ୍କେଲରେ ୩.୬ ସାନ୍ଧ୍ରତା ବିଶିଷ୍ଟ ଏହି ଭୂକମ୍ପ ରାୟଗଡା ଜିଲ୍ଲାର କାସିପୁର ଅଞ୍ଚଳରେ ଅନୁଭୂତ ହୋଇଥିଲେ ମଧ୍ୟ କୌଣସି କ୍ଷୟକ୍ଷତି ହୋଇନଥିଲା।

Comments are closed.