ଜମ୍ମୁ-କାଶ୍ମୀରରେ ଭୂକମ୍ପର ଝଟକା ଅନୁଭବ

ଜମ୍ମୁ – ଜମ୍ମୁ-କାଶ୍ମୀରରେ ପୁଣି ଥରେ ଭୂକମ୍ପର ଝଟକା ଅନୁଭବ ହୋଇଥିବା ନେଇ ଆଜି ଖବର ମିଳିଛି। ସକାଳ ପ୍ରାୟ ୬ଟା୨୧ରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୫ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ କ୍ଷୟକ୍ଷତି ନେଇ ଏଯାଏଁ ସୂଚନା ମିଳିନାହିଁ।
ଏହାପୂର୍ବରୁ ଡୋଡା ଜିଲାରେ ମଙ୍ଗଳବାର ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ସେହି ସମୟରେ ଲୋକେ ଘରୁ ବାହାରକୁ ପଳାଇଆସିଥିଲେ। ଏନସିଏସ ସୂଚନା ଅନୁଯାୟୀ, ଡୋଡା ଜିଲାରେ ଅପରାହ୍ନ ୩ଟା ୩୭ରେ ଭୂକମ୍ପର ଟକା ଅନୁଭବ ହୋଇଥିଲା। ମେ ୨୦ରେ ଏହି ଜିଲାରେ ୨ଟା ୩୪ ମିନିଟରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ଏହାର ତିବ୍ରତା ୩.୨ ରେକର୍ଡ କରାଯାଇଥିଲା।

 

Comments are closed.