ଜମ୍ମୁ-କାଶ୍ମୀରରେ ଭୂ-କମ୍ପର ଝଟକା ଅନୁଭୂତ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରରେ ସୋମବାର ସକାଳ ୮ଟା ୩୩ରେ ଭୂ-କମ୍ପର ଝଟକା ଅନୁଭବ ହୋଇଛି। ଏନସିଏସ ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୭ ରେକର୍ଡ଼ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନି ହୋଇନଥିବା ନେଇ ପ୍ରାର୍ଥମିକ ସୂଚନାରୁ ହସ୍ତଗତ ହୋଇଛି।
ଏହାପୂର୍ବରୁ ମଧ୍ୟ ଡିସେମ୍ବର ୩ରେ ଲଦାଖରେ ଅପରାହ୍ନ ୧ଟା୪୦ରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା ଯାହାର ତିବ୍ରତା ୩.୫ ରେକର୍ଡ କରାଯାଇଥିଲା।

Comments
Loading...