ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂମିକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଳୀ : ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ମଙ୍ଗଳବାର ଅପରାହ୍ଣ ୪ଟା ୩୦ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। କୁହାଯାଉଛି ଯେ ଜାମ୍ମୁ କାଶ୍ମୀର, ଚଣ୍ଡିଗଡ଼ ଆଦି ଅଞ୍ଚଳରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।

ଭୂମିକମ୍ପ ଝଟକା ପରେ ଆତଙ୍କିତ ଲୋକମାନେ ଘରୁ ବାହାରକୁ ଚାଲିଯାଇଥିଲେ। ଏପର୍ଯ୍ୟନ୍ତ ଭୂମିକମ୍ପର କାହାର ମୃତାହାତ ହୋଇଥିବାର ଖବର ମିଳିନାହିଁ। ପୁଞ୍ଜ, ରାଜୌରୀ ଏବଂ ଜାମ୍ମୁରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଲାହୋରଠାରୁ ୧୭୩ କିଲୋମିଟର ଦୂରରେ ରହିଥିବା କୁହାଯାଉଛି।

Comments are closed.