ଆଣ୍ଡାମାନ ଦ୍ବୀପାଞ୍ଚଳରେ ଭୂକମ୍ପ

ପୋର୍ଟ ବ୍ଲେୟାର: ଆଣ୍ଡାମାନ ଦ୍ବୀପରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରହିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସକାଳ ୬ଟା ୯ ମିନିଟରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ସମ୍ପର୍କରେ କିଛି ସୂଚନା ମିଳିନାହିଁ।

ଗତ ମଙ୍ଗଳବାର ମଧ୍ୟ ନିକୋବର ଦ୍ବୀପାଞ୍ଚଳରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୪.୧ ରହିଥିଲା। ସୂଚନାଯୋଗ୍ୟ, ଆଣ୍ଡାମାନ ଓ ନିକୋବର ଦ୍ବୀପାଞ୍ଚଳ ଏକ ଭୂକମ୍ପ ପ୍ରବଣ ଅଞ୍ଚଳ। ଗତ ଏପ୍ରିଲ ୧ରେ ଏଠାରେ ୨୦ ଥର ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା।

Comments are closed.