ଜମ୍ମୁ-କାଶ୍ମୀରରେ ଭୂ-କମ୍ପର ଝଟକା ; ରିକ୍ଟର ସ୍କେଲରେ ତିବ୍ରତା ୩.୫ ରେକର୍ଡ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରରେ ସୋମବାର ସକାଳେ ଭୂ-କମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୫ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରର କାଶ୍ମୀର ଘାଟୀର ବାନ୍ଦୀପୋରା ବୋଲି ଜଣାପଡ଼ିଛି। ଭୂ-କମ୍ପରେ କୌଣସି ଧନଜୀବନ ହାନି ହୋଇଥିବା ନେଇ କୌଣସି ସୂଚନା ନାହିଁ।
ମିଳିଥିବା ସୂଚନା ଅନୁଯାୟୀ , ଲୋକେ ଆଜି ସକାଳେ ଭୂକମ୍ପର ଝଟକା ଅନୁଭବ କରିବା ସହ ତୁରନ୍ତ ଘରୁ ବାହାରକୁ ପଳାଇ ଆସିଥିଲେ। କିଛି ସମୟ ପାଇଁ ଭୟର ବାତାବରଣ ଖେଳି ଯାଇଥିଲା। ଅଧିକ ଜୋରରେ ଏହାର ପ୍ରଭାବ ନହେବାରୁ କୌଣସି କ୍ଷୟକ୍ଷତି ହୋଇନଥିଲା। ଏହାପୂର୍ବରୁ ୨୧ ଡିସେମ୍ବର ୨୦୨୦, ରେ  ଜମ୍ମୁକାଶ୍ମୀରରେ ସକାଳ ୮;୩୦ରେ ଭୂକମ୍ପର ଝଟକା ଅନୁଭବ ହେବା ସହ ଏହାର ତିବ୍ରତା ୩.୭ ରେକର୍ଡ଼ କରାଯାଇଥିଲା।

 

Comments are closed.