ମହାରାଷ୍ଟ୍ର ଓ ଜମ୍ମୁ-କାଶ୍ମୀରରେ ଭୂକମ୍ପ ଝଟକା

ମୁମ୍ବଇ : ଦେଶରେ ୨ଟି ସ୍ଥାନରେ ପୃଥକ ପୃଥକ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଲୋକେ ଆତଙ୍କିତ ଅବସ୍ଥାରରେ ରହିଛନ୍ତି। ମହାରାଷ୍ଟ୍ର ପାଲଘରରେ ରାତି ୧୨ଟା ୨୬ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଚର ସ୍କେଲରେ ଏହାର ତୀବ୍ରତା ୩.୧ ରହିଥିଲା। ସେହିଭଳି ଶୁକ୍ରବାର ସକାଳ ୫ଟା ୧୧ରେ ଜମ୍ମୁ-କାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୦ ରେକର୍ଡ କରାଯାଇଛି।

ସମୟ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହେଉଛି। ଦିଲ୍ଲୀ-ଏନସିଆର, ଜାମ୍ମୁ କାଶ୍ମୀର, ମଣିପୁର, ଗୁଜୁରାଟ, ରାଜସ୍ଥାନ, ହିମାଚଳ ପ୍ରଦେଶରେ ବାରମ୍ବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Comments are closed.