ଦିଲ୍ଲୀ-ନୋଏଡାରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀ – ନୋଏଡା ଠାରେ ବୁଧବାର ରାତି ପ୍ରାୟ ୧୦ଟା ୪୨ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣ ପୂର୍ବ ନୋଏଡାଠାରେ ଥିଲା। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୨ ବୋଲି ଜଣାପଡିଛି। ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ନୋଏଡାଠାରେ ଭୂମିକମ୍ପ ଅନୁଭୂତ ହୋଇଛି।

କରୋନା ଭୂତାଣୁ ଏବଂ ବର୍ତ୍ତମାନ ଏହି ଭୂ-କମ୍ପ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି।

Comments are closed.