ଜାପାନରେ ୬.୮ ତୀବ୍ରତାର ଭୂମିକମ୍ପ, ସୁନାମୀ ଚେତାବନୀ ଜାରି

ଟୋକିଓ . – ଜାପାନର ଉତ୍ତର ପଶ୍ଚିମ ଉପକୂଳରେ ଥିବା ନିଗାଟା ଅଞ୍ଚଳରେ ୬.୮ ତୀବ୍ରତାର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଏଥିଯୋଗୁଁ ଅନେକ କୋଠାଘର କ୍ଷତିଗ୍ରସ୍ତ ହୋଇଛି । ଭୂମିକମ୍ପ ଆସିବା ପରେ ଜାପାନ ସରକାର ସୁନାମୀ ଆଲର୍ଟ ଜାରି କରିଛନ୍ତି । ଜନଜୀବନ କ୍ଷୟକ୍ଷତିର ରିପୋର୍ଟ ଆସିନାହିଁ ।

ଜାପାନର ସ୍ଥାନୀୟ ସମୟ ରାତି ପ୍ରାୟ ୧୦ଟା୨୨ରେ ଭୂମିକମ୍ପର ଜୋରଦାକ ଝଟକା ଅନୁଭୂତ ହୋଇଥିଲା । ଏହା ସମୁଦ୍ରତଳେ ୧୦ କିଲୋମିଟର ତଳେ ସୃଷ୍ଟି ହୋଇଥିବା ଜଣା ପଡିଛି । ଏପରି ଭୂମିକମ୍ପ ଅଧିକ ବିପଦଜନ୍ନକ ଓ ଏଥିଯୋଗୁଁ ସୁନାମୀ ଆସିବା ସହ ଅଧିକ କ୍ଷୟକ୍ଷତି ହୋଇଥାଏ ।

Comments are closed.