ସିକିମ-ନେପାଳ ସୀମାନ୍ତରେ ମୃଦ୍ୟୁ ଭୂକମ୍ପ। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୪। ବିହାର, ଆସାମ ଓ ପଶ୍ଚିମ ବଙ୍ଗରେ କମ୍ପନ ଅନୁଭୂତ

ଗାଙ୍ଗଟକ: ସୋମବାର ସନ୍ଧ୍ୟାରେ ସିକିମ-ନେପାଳ ସୀମାନ୍ତରେ ମୃଦ୍ୟୁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୫.୪ ଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୋମବାର ରାତି ପ୍ରାୟ ୮.୫୯ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବ ବିହାର, ଆସାମ ଓ ପଶ୍ଚିମବଙ୍ଗରେ ମଧ୍ୟ ପଡ଼ିଥିଲା। ବିହାରର ପାଟନା, କଟିହାର ଓ କିଷନଗଞ୍ଜ ଆଦି ସ୍ଥାନରେ ଲୋକେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ଭୂକମ୍ପରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଏ ପର୍ଯ୍ୟନ୍ତ କିଛି ଖବର ହସ୍ତଗତ ହୋଇନାହିଁ।

Comments are closed.