ଉତ୍ତର ଭାରତରେ ଭୂକମ୍ପ ଝଟ୍‌କା : ତାଜିକସ୍ତାନ ଭୂକମ୍ପର କେନ୍ଦ୍ରସ୍ଥଳ

ନୂଆଦିଲ୍ଲୀ : ଶୁକ୍ରବାର ରାତିରେ ଉତ୍ତର ଭାରତରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥବା ବେଳେ ଚଣ୍ଡୀଗଡ଼ ଓ ଉତ୍ତରାଖଣ୍ଡରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି।
ଏଥି ସହିତ ଜମ୍ମୁରେ ଭୂକମ୍ପର ଜୋର୍‌ଦାର ଝଟ୍‌କା ଅନୁଭୂତ ହୋଇଛି। ତେବେ ତାଜିକସ୍ତାନ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି। ତାଜିକସ୍ତାନରେ ୬.୧ ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଏହା ସ୍ପଷ୍ଟ କରିଛି। ତେବେ କ୍ଷୟକ୍ଷତି ନେଇ  ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

Comments are closed.